ଭଞ୍ଜନଗର / ନିଲୁ ବିଷୋୟୀ : ଭଞ୍ଜନଗର ସହରର ଭେଜିପୁଟ୍ ବ୍ରାହ୍ମଣଦେବୀ ମନ୍ଦିର ନିକଟରେ ଥିବା ଖୋଲା ପଡିଆରେ ବ୍ରାହ୍ମଣଦେବୀ ଟି୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଶୁଭାରମ୍ଭ ହୋଇଛି। ଏଥିରେ ଭଞ୍ଜନଗର ଓ ଆଖପାଖ ଗ୍ରାମର ୮ ଟି ଟିମ୍ ଅଂଶ ଗ୍ରହଣ କରିଥିବା ବେଳେ ଭେଜିପୁଟ ହ୍ବାଇଟ୍ ଟାଇଗର ଏବଂ ମରାଟୀ ସାହିର ତେଜା ଟିମ୍ ସହ ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ହ୍ବାଇଟ ଟାଇଗର ଟିମ୍ ୧୭ରେ ବିଜୟ ହୋଇଥିବା ବେଳେ ଗୁଡୁନ୍ ସାହୁକୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ କରାଯାଇଥିଲା। ଏଥିସହ ଅପରାହ୍ନରେ ବର୍ଷା ଯୋଗୁ ଦ୍ବିତୀୟ ମ୍ୟାଚ୍ କୁ ବାତିଲ କରାଯାଇଥିଲା। ସମସ୍ତ ମ୍ୟାଚ୍ କୁ ଅମ୍ପାୟର ଭାବେ ଲିଙ୍କନ ବିଷୋୟୀ ଏବଂ ଚନ୍ଦନ ମହାରଣା ଦାୟିତ୍ବ ସମ୍ପାଦନା କରିଥିଲେ। ଏଥିରେ ଗାନ୍ଧୀରାମ ପ୍ରଧାନ,ଏ.ବାବା ପାତ୍ର,ଚିଦାନନ୍ଦ ସ୍ବାଇଁ,ବିଜୟ ଭୂୟାଁ,କଳ୍ପତରୁ ନାୟକ,ଅଭିମନ୍ୟୁ ଭୂୟାଁ,ଗଙ୍ଗାଧର ନାୟକ,ବିଶ୍ବନାଥ ସ୍ବାଇଁ,ଅଶୋକ ସ୍ବାଇଁ,ବଂଶୀଧର ସ୍ବାଇଁ ଓ ଜଗନ୍ନାଥ ଭୂୟାଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଟୁଣ୍ଣାମେଣ୍ଟ୍ ଶୁଭାରମ୍ଭ କରିବା ସହ ଖେଳାଳୀ ମାନଙ୍କ ସହ କରମର୍ଦ୍ଧନ କରିଥିଲେ। ଏହାକୁ ଆୟୋଜକ ଟିମର ସାଗର ସ୍ବାଇଁ,ଟିପୁ ବିଷୋୟୀ,ମଲ୍ଳ ଜେନା ପ୍ରମୁଖ ପରିଚାଳନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.