ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କୁ ସମ୍ବର୍ଦ୍ଧନା

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ ପକ୍ଷରୁ ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ଓଡିଶା ଶାସକ ଦଳ ସରକାରୀ ମୁଖ୍ୟ ସଚେତକ l ଓଡିଶା ବିଧାନସଭା ଭାବେ ଦାୟିତ୍ୱ ଘୋଷଣା ପରେ ଆଜି ଜଗତସିଂହପୁର ଜିଲ୍ଲା ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ କରାଯାଇଥିଲା l ଏହି ବିଶାଳ ଜନ ସମ୍ବର୍ଦ୍ଧନା ଶୋଭାଯାତ୍ରା ଜଗତସିଂହପୁର ନୂଆପୋଲ ବଜାର ଠାରୁ ବାହାରି ସହର ପରିକ୍ରମା କରାଯାଇଥିଲା ରାଲିରେ ସହ ସହ ବିଜେଡି ସମର୍ଥକ ଯୋଗଦେଇଥିଲେ ଏହି ରାଲି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପଡିଆରେ ପହଁଞ୍ଚିବା ପରେ ଜନ ସମ୍ବର୍ଦ୍ଧନା ସଭାର କାର୍ଯ୍ୟକ୍ରମ ହୋଇଥିଲା l ଏହି ସମ୍ବର୍ଦ୍ଧନା ସଭାରେ ଶାସକ ଦଳ ମୁଖ୍ୟ ସଚେତଙ୍କ ତଥା ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସହ ବିଜେଡି ଦଳର ଅନ୍ୟ ବରିଷ୍ଠ ନେତା ଓ ଜଗତସିଂହପୁର ଜିଲ୍ଲା ଅନ୍ୟାନ୍ୟ ପଞ୍ଚାୟତରୁ ଆସିଥିବା ବିଜେଡି କର୍ମକର୍ତା ଉପସ୍ଥିତରହି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ଫୁଲତୋଳା ଦେଇ ଦମ୍ବର୍ଦ୍ଧନା ଦେଇଥିଲେ ଏଥିସହ ଜିଲ୍ଲା ସାମ୍ବାଦିକ ସଂଙ୍ଘ ଏବଂ ଜିଲ୍ଲା ଅନ୍ୟାନ୍ୟ ସଂଗଠନ ଦ୍ୱାରା ମଧ୍ୟ୍ୟ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ l ପରେ ଶ୍ରୀଯୁକ୍ତ ପ୍ରଶାନ୍ତ ମୁଦୁଲି ନିଜର ପ୍ରତିକ୍ରିୟାରେ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ତାଙ୍କୁ ଯେଉ କର୍ତ୍ତବ୍ୟ ଦିଆଯାଇଛି ସେ ନିଷ୍ଠାର ସହିତ ତୁଲାଇବେ ବୋଲି ସେ କହିଛନ୍ତି |

Leave A Reply

Your email address will not be published.