ଅଳକା ନଦୀ ଭିତରୁ ଇଲେକ୍ଟ୍ରି ସବ୍ ଷ୍ଟେସନ୍ ସ୍ଥାନାନ୍ତରିତ ନିମନ୍ତେ ଗାଲୁପଡା ଓ ଅତାମଳା ଗ୍ରାମବାସୀ ଙ୍କ ସହିତ ଆର୍ଶୀବାଦ ସେଵା ସଂଗଠନ ତରଫରୁ ଗଣ ଧାରଣା

0

 ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ହାଟ ବଜାର ଠାରୁ ଆଳିପିଙ୍ଗଳ ମୁଖ୍ୟରାସ୍ତା ଆଳିପିଙ୍ଗଳ ଗାଲୁପଡାଠାରେ ପୁରାତନ ଅଳକା ନଦୀ ଦଲାଲ ମାନେ ବିକ୍ରି କରିଥିବା ବେଳେ ଏବେ ଅଳକା ନଦୀ ଭିତରେ ଇଲେକ୍ଟ୍ରୋନିକ୍ସ ସପ୍ଟେସନ ବସୁଥିବା ରୁ ଗାଲୁପଡା ଅତାମଳା ଗ୍ରାମବାସୀ ମାନଙ୍କ ସହିତ ଆଶିର୍ବାଦ ସେବା ସଂଗଠନର ସଭାପତି ଜଗନ୍ନାଥ ବେହେରା ନବ ମହାନ୍ତି ଆଜି ସପ୍ଟେସନ ନ ବସିବା ପାଇଁ କାମ ବଂଦ କରିଦେଇଛନ୍ତି । ଏବଂ ଅଳକା ନଦୀ ଭିତରେ ଇଲେକ୍ଟ୍ରୋନିକ୍ସ ସପ୍ଟେସନ ନ ବସିବା ପାଇଁ ଜିଲ୍ଲାପାଳଙ୍କୁ ତହସିଲଦାର ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କୁ ଅଭିଯୋଗ ଆସନ୍ତାକାଲି କରାଯିବ । ଯଦି ଠିକାଦାର ଲୋକ ମାନଙ୍କ କଥା ନ ମାନି ଯଦି କାମ କରନ୍ତି ତାହାଲେ ଗାଲୁପଡା ଅତାମଳା ତାଙ୍କ ସହିତ ଆଶିର୍ବାଦ ସେବା ସଂଗଠନ ରାଜରାସ୍ତାକୁ ଓହ୍ଲାଇବ । ପୁରୁଣା ସପ୍ଟେସନ ସରକାରୀ ଜାଗାରେ ଥିବାବେଳେ ଜଣେ ହାଟ ବଜାର ବଡ଼ ବେବଶାୟୀ ଦାବି କରୁଛନ୍ତି ମୋ ଯାଗା ତମେ ସପ୍ଟେସନ ଉଠାଅ । କିନ୍ତୁ କିଛି ଲୋକଙ୍କ ପାଖରେ ସରକାରୀ ଜାଗା ଅଛି ବୋଲି ପଟା ରଖିଛନ୍ତି ।ଏହି ଗଣ ଧାରଣା ରେ ଅତାମଳା ଗାଲୁପଡା ଦେ ଭୋଗ ଗ୍ରାମବାସୀ ଙ୍କ ସହିତ ଆଶିର୍ବାଦ ସେବା ସଂଗଠନ ର ସଭାପତି ଜଗନ୍ନାଥ ବେହେରା ଙ୍କ ନେତୃତ୍ୱରେ ଆଜି ଗାଲୁପଡା ଅଳକା ନଦୀ ପୋଲ ଓ ନଦୀ ଭିତରେ ନୂଆକରି ନିର୍ମାଣ ହେଉଥିବା ବିଦ୍ୟୁତ ସବ୍ ଷ୍ଟେସନ ମୂଳେ ଗଣ ଧାରଣା ଦିଆଯାଇଥିଲା । ଏହି ଗଣ ଧାରଣାରେ ଆଶିର୍ବାଦ ସେବା ସଂଗଠନ ର ସଭାପତି ଜଗନ୍ନାଥ ବେହେରାଙ୍କ ସମେତ ସମ୍ପାଦକ ଧରଣୀଧର ମାଣିଆ ନୃସିଂହ ଚରଣ ମହାନ୍ତି ବାସୁଦେବ ବେହେରା ରାଜିବ ମଲ୍ଲିକ ଜିତେନ୍ଦ୍ର ସାହୁ ବିଜେଦ୍ର ଦାସ ପ୍ରମୁଖ କହିଛନ୍ତି ଯଦି ନଦୀ ଭିତରୁ ବିଦ୍ୟୁତ ସବ୍ ଷ୍ଟେସନ ପୁରୁଣା ସ୍ଥାନକୁ ଉଠାନଯାଏ ତାହାଲେ ଏଘଟଣା ପଲ୍ଲିରୁ ଦିଲ୍କି ପର୍ଯ୍ୟନ୍ତ ନିଆଯିବା ସହିତ ରାଜ ରାସ୍ତା ରେ ଆନ୍ଦୋଳନ ତିବ୍ରତର କରାଯିବ ତା ସହିତ ରାଜ ରାସ୍ତା ରେ ନିଆଁ ଜଳିବ ବୋଲି ଶ୍ରି ବେହେରା ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.