ଭଞ୍ଜନଗର/ନିଲୁ ବିଷୋୟୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ,ଓଡିଶା ପ୍ରାନ୍ତତରଫରୁ ପ୍ରାନ୍ତ ଅଭ୍ୟାସ ବର୍ଗ ଜଗତସିଂହପୁର ଠାରେ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି।ଏଥିରେ ରାଜ୍ୟ ସଭାପତି,ସଂପାଦକ ଓ ପ୍ରାନ୍ତ ସଂଗଠନ ସଂପାଦକ ପ୍ରଥମ ଦିନରେ ABVP ର ଆଗାମୀ ବାର୍ଷିକ କାର୍ଯ୍ୟକ୍ରମକୁ ଉପସ୍ଥାପନ କରିଥିଲେ।ଯାହାମଧ୍ୟରେ ଥିଲା ଆଜାଦି ଅମୃତ ମହୋତ୍ସବ ପାଇଁ ସାରା ଦେଶରେ ଏକ କୋଟି ବୃକ୍ଷରୋପଣ ତଥା ସଦସ୍ୟତା ଅଭିଯାନ ।ଶେଷ ଦିନରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସହ ସଂଗଠନ ସଂପାଦକ ଗୋବିନ୍ଦ ନାୟକ,ସମ୍ମାନନୀୟ ଅତିଥି ଭାବେ ପୂର୍ବ ଓ ଉତ୍ତର କ୍ଷେତ୍ରୀୟ ସଂଗଠନ ସଂପାଦକ ଅପାଂଶୁ ଶେଖର ସିଲ୍ ଓ ବିଜୟ ପ୍ରତାପ ସିଂହ କିପରି ଜଣେ ଉତ୍ତମ କାର୍ଯ୍ୟକର୍ତ୍ତା ହୋଇପାରିବ ସୂଚାଇ ଦେଇଥିଲେ।ଏଥିରେ ଘୁମୁସରର ପ୍ରମୁଖ ଛାତ୍ରନେତା ଅଶ୍ବିନୀ କୁମାର ମହାନ୍ତି,ସାଇ ଆଦିତ୍ୟ ଜେନା,ପ୍ରେମ୍ ସାଇ ଜେନା ଆଦି ଯୋଗଦେଇଥିଲେ। ଗଂଜାମ,ଘୁମୁସର,କନ୍ଧମାଳ ଆଦି ତିନୋଟି ସାଂଗଠନିକ ଜିଲ୍ଲାକୁ ନେଇ ଗଠିତ ହୋଇଥିବା ଗଂଜାମ ବିଭାଗର ସହସଂଯୋଜକ ଦାୟିତ୍ବ ଘୁମୁସରର ଛାତ୍ରନେତା ଅଶ୍ବିନୀ କୁମାର ମହାନ୍ତିଙ୍କୁ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ହିମାଂଶୁ ଶେଖର ତ୍ରିପାଠୀଙ୍କୁ ବିଭାଗ SFD, ସ୍ବାଗତ ଓ ଅନୀଲଙ୍କୁ ଯଥାକ୍ରମେ ବିଭାଗ ଓ ଜିଲ୍ଲା ସଂଯୋଜକ ଦାୟିତ୍ବ ମିଳିଛି। ଦାୟିତ୍ବ ମିଳିବା ପରେ ଅଶ୍ବିନୀ ପୁରୀ ଜଗନ୍ନାଥଙ୍କୁ ଭେଟି ଆଶୀର୍ବାଦ ଭିକ୍ଷା କରିଛନ୍ତି।ଏଥିପାଇଁ ଗଂଜାମ ବିଭାଗ ABVP ତଥା ସମସ୍ତ ବନ୍ଧୁ ପ୍ରିୟଜନଙ୍କ ଠାରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।
Sign in
Sign in
Recover your password.
A password will be e-mailed to you.
Prev Post