ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଜିଲ୍ଲାପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହର ବନ୍ଦ କରିବା ନିମନ୍ତେ କିଶୋର ଓ କିଶୋରୀ ମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ରାୟଗଡ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି।
ଉକ୍ତ କାର୍ଯ୍ୟକ୍ରମରେ ୪୦ ଜଣ କିଶୋର ଓ କିଶୋରୀ ଉପସ୍ଥିତ ରହିଥିଲେ | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପିତାମ୍ବର ବେହେରା , (ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ) ଯୋଗଦେଇ ବାଲ୍ୟବିବାହ ଦ୍ୱାରା ଶିଶୁମାନଙ୍କର ଉପରେ କି ପ୍ରକାର କୁ-ପ୍ରବାହ ପଡୁଛି ଆଲୋକପାତ କରିଥିଲେ। ସୁଶ୍ରୀ ତେରେସ୍କୋବା ମଲ୍ଲିକ (ବାଲ୍ୟ ବିବାହ ନିଷେଧ ଅଧିକାରିଣୀ) ବାଲ୍ୟ ବିବାହ ଆଇନ – ୨୦୦୬ ସହିତ ଦଣ୍ଡ ବିଧାନ ଓ ଆର୍ଥିକ ଜୋରିମାନା ବିଷୟରେ ଜଣାଇବା ସହ ପ୍ରତ୍ୟେକ ଶନିବାର ଦିନ ଅଙ୍ଗନବାଡି କେନ୍ଦ୍ରରେ ହେଉଥିବା “ଅଦ୍ଵିକା” କାର୍ଯ୍ୟକ୍ରମରେ ପ୍ରତ୍ୟେକ କିଶୋରୀ ମାନେ ଉପସ୍ଥିତ ରହିବା ପାଇଁ ଜଣାଇବା ସହ କାର୍ଯ୍ୟକ୍ରମରେ କଣ କଣ ଶିକ୍ଷା ଦିଆଯାଉଅଛି ସେହି ବିଷୟରେ ଶିଶୁମାନଙ୍କୁ ବୁଝାଇଥିଲେ। ସୁଶ୍ରୀ ଲତିକା ଦେବୀ ( ଓ ଏଲ ଏମ୍ – ବି ପି ଏମ୍ ) ଶିଶୁ ମାନେ ବାଲ୍ୟ ବିବାହ ଦ୍ୱାରା କିପରି ସେମାନେ ନିଜ ଅଧିକାରକୁ ହରାଇବା ସହ ମାନସିକ ଓ ଶାରୀରିକ ବିକାଶରେ କିପରି ବାଧା ପ୍ରାପ୍ତ ହେଉଛି ସେହି ବିଷୟରେ ଶିଶୁ ମାନଙ୍କୁ ଜଣାଇଥିଲେ।
ଏକ୍ସନ ଏଡ଼ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର ଗ୍ରାମରେ , ପରିବାରରେ ଶିଶୁମାନଙ୍କୁ କିପରି ସୁରକ୍ଷା ଯୋଗାଇବା , ଶିଶୁମାନଙ୍କର ମୌଳିକ ଅଧିକାରକୁ ବଜାଇ ରଖିବା , ଆମର ଶିଶୁମାନଙ୍କୁ କିପରି ଯୌନ ନିର୍ଯ୍ୟାତନାର ଶିକାରରୁ ସୁରକ୍ଷିତ ରଖିବା ସହିତ ଦକ୍ଷ କିଶୋର ଓ କିଶୋରୀ ପ୍ରସ୍ତୁତି ନିମନ୍ତେ ଦକ୍ଷତା ବୃଦ୍ଧି କରାଯିବା ସହ ଆମ ଗ୍ରାମ /ପଞ୍ଚାୟତ/ବ୍ଲକ / ଜିଲ୍ଲାକୁ ଏକ ଆଦର୍ଶ ରୂପେ ପରିଣତ କରିବା ଜଣାଇବା ସହ ନେହୁରୁ ଯୁବ କେନ୍ଦ୍ର ସହ ମିଳିତ ଭାବେ ଏକ ସଚେତନତା କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ନେହୁରୁ ଯୁବ କେନ୍ଦ୍ରର ବ୍ଲକ ସଂଯୋଜକ ଶ୍ରୀ ଦେବାଶିଷ ପାଇକ କିଶୋର ଏବଂ କିଶୋରୀ ମାନଙ୍କୁ ନେଇ ନେହୁରୁ ଯୁବ କେନ୍ଦ୍ର କରୁଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ବିଷୟରେ ଜଣାଇଥିଲେ।
ଚାଇଲଡ୍ଡଲାଇନର ସଭ୍ୟ ଶ୍ରୀ ରବୀନ୍ଦ୍ର ପଣ୍ଡା ଚାଇଲଡ୍ଡଲାଇନ କିପରି ଶିଶୁ ଓ ଯତ୍ନ ଆବଶକ୍ୟ କରୁଥିବା ଶିଶୁଙ୍କୁ ସହାୟତା କରୁଛି ସେହି ବିଷୟରେ ଜଣାଇ ଥିଲେ। କାର୍ଯ୍ୟକ୍ରମରେ ଶିଶୁ ବିକାଶ ପ୍ରକଳ୍ପର ଅଞ୍ଚଳ ପରିଦର୍ଶିକା , ଅଙ୍ଗନବାଡିକର୍ମୀ , ନେହୁରୁ ଯୁବ କେନ୍ଦ୍ରର ଯୁବ ସଭାପତି, ସମ୍ପାଦକ ଓ ବ୍ଲକର ଯୁବ ଗୋଷ୍ଠୀ , ଏକ୍ସନ ଏଡ଼ର ଇନ୍ଧୁମତୀ ଦେବୀ , ଝରଣା କୁମ୍ଭ ଉପସ୍ଥିତ ରହିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଏକ୍ସନ ଏଡ଼ର ଶ୍ରୀ ବିଜୟ ପ୍ରଧାନ (ବ୍ଲକ ସଂଯୋଜକ) ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post