ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରବିବାର ବାଳ ମୁକୁନ୍ଦ କାର୍ଯ୍ୟକ୍ରମରେ ପ୍ରଥମେ ସୂର୍ଯ୍ୟୋଦୟ ପୂର୍ବରୁ ଶ୍ରୀରାସିକରାଜ ମନ୍ଦିର(ପରିଛା ମଠ) ପରିସରରେ ଜଗଦଗୁରୁ ଶ୍ରୀକୃପାଳୁ ଜୀ ମହାରାଜଙ୍କ ଆରତୀ ପରେ ମନ୍ଦିର ବେଢ଼ା ନାମ ସଂକୀର୍ତ୍ତନ ସହ ପରିକ୍ରମା ହୋଇଥିଲା।
ଦ୍ଵିତୀୟ ପର୍ଯ୍ୟାୟ ପୂର୍ବାହ୍ନରେ ସ୍ଥାନୀୟ ଶ୍ରୀଧର ନଗର ନିବାସୀ ଭୁବନେଶ୍ୱର ପାଣିଗ୍ରାହୀ ଓ ମଞ୍ଜୁଳା ପାଣିଗ୍ରାହୀ ଙ୍କ ଜ୍ୟେଷ୍ଠ ପୁତ୍ର ଦୀପକ ପାଣିଗ୍ରାହୀଙ୍କ ବ୍ରତୋପନୟନ ଉତ୍ସବର ଶୁଭବଡି ଅବସରରେ ବାଳ-ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଚିତ୍ରଶିଳ୍ପୀ ମୁରଲୀଧର ପରିଛା ସହଯୋଗ କରିଥିବାବେଳେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବାସହ ପ୍ରତ୍ୟେକ ରବିବାର ବାଳ ସତସଙ୍ଗୀ ମାନଙ୍କ ଘରକୁ ଯାଇ ବାଳ ମୁକୁନ୍ଦ ବାଳ-ସତସଙ୍ଗ ଓ କୃପାଳୁ ଶିଶୁ ସାହିତ୍ୟ ଆସର କାର୍ଯ୍ୟକ୍ରମ କରିବା ଯୋଜନାର ସୂଚନା ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post
ବାଲ୍ୟ ବିବାହ ବନ୍ଦ ନିମନ୍ତେ ବ୍ଲକ ସ୍ତରୀୟରେ କିଶୋର ଓ କିଶୋରୀ ମାନଙ୍କୁ ନେଇ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ
Next Post