ସିମୁଳିଆ(ଅକ୍ଷୟ କୁମାର ଜେନା): ରେଲୱେର ମନମୁଖି କାମ ପାଇଁ ଅତିଷ୍ଟ ହେଇ ପଡିଲେଣି ରାଣୀତାଲ ସମେତ ଅନେକ ଆଖ ପାଖ ପଂଚାୟତ ବାସୀ। ରେଲୱେ ସମ୍ପ୍ରସାରଣ ଯୋଗୁଁ ଉଭୟ ପାର୍ଶ୍ଵ ନୟନ ଯୋଡ଼ି ପୋତି ହୋଇଯିବା ରୁ ଜଳ ନିଷ୍କାସନ ହେବା ସମ୍ଭବ ହୋଇପାରୁନି। ଫଳରେ ହଜାର ହଜାର ଚାଷୀ ହଇରାଣ ହେଉଛନ୍ତି। ଅନେକ ଖଣି ଖାଦାନ ରୁ ଖଣିଜ ପଦାର୍ଥ ପରିବହନ ଏବଂ ପ୍ରତେକ ଦିନ ଶହ ଶହ ଗାଡି ମୋଟର ଭଦ୍ରକ ରୁ ମୟୂରଭଞ୍ଜ ଯାଏ ଏହି ରାସ୍ତା ଉପରେ ଚଳ ପ୍ରଚଳ ହେଉ ଥିବା ବେଳେ। ରେଲୱେ ର ଏହି ଶହେ ପନ୍ଦର ଗେଟ ନିକଟରେ ଗେଟ ପଡିବା ନେଇ ଘଣ୍ଟା ଘଣ୍ଟା ଧରି ଅଟକି ରହୁଛନ୍ତି। ମୁଖ୍ୟତଃ ଯାତାୟାତ କରୁଥିବା ଲୋକ, ସ୍କୁଲ ପିଲା ଆମ୍ବୁଲାନ୍ସ ଅଟକି ରହିବା ଏକ କ୍ଷୋଭ ର ବିଷୟ ଅଟେ। ତେଣୁ ପୁର୍ବ ପ୍ରସ୍ତୁତି ଓ ବୈଠକ ଅନୁଯାୟୀ ଆଜି ରେଳ ରୋକ ପାଇଁ ମୁଖ୍ୟ ଦାବି ଥିଲା ଓଭର ବ୍ରିଜ ଟିଏ ନିର୍ମାଣ ଆଉ ଜଳ ନିଷ୍କାସନ କେମିତି ହୋଇ ପାରିବ ଏହାକୁ ନେଇ ଅନେକ ଗୁଡ଼ିଏ ପଂଚାୟତ ର ଲୋକ ଓ ରାଣୀତାଲ ବାସୀ ଅଣ୍ଟା ଭିଡ଼ିଥିଲେ। କିନ୍ତୁ ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ପରେ ଏହାକୁ ତିନିଦିନ ସ୍ଥଗିତ ରଖାଯିବା ସହ ଶାନ୍ତି ପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯିବାର ଦେଖା ଯାଇଥିଲା। ଆନ୍ଦୋଳନ ତୀବ୍ରତା ନେଇ ପୋଲିସ ପ୍ଲାଟୁନ ଛାଉଣୀ ମଧ୍ୟ କରାଯାଇ ଥିଲା।
Sign in
Sign in
Recover your password.
A password will be e-mailed to you.