ନିଶ୍ଚିନ୍ତକୋଇଲି ମିଡିଆ ବ୍ରଦର୍ସ ତରଫରୁ ପୂର୍ବତନ ଗାନ୍ଧିବାଦୀ ନେତା ସ୍ବର୍ଗତ ବିକ୍ରମ ବର୍ମାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉଦ୍ଦେଶ୍ୟରେ ସ୍ମୃତିଚାରଣ ସଭା ।

0

 ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)ମାହାଙ୍ଗାର ବରପୁତ୍ର ତଥା ପୂର୍ବତ୍ତନ ବିଧାୟକ ତଥା ଗାନ୍ଧିବାଦୀ ନେତା ଭାବେ ପରିଚିତ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ନିଶ୍ଚିନ୍ତକୋଇଲି ମିଡିଆ ବ୍ରଦର୍ସ ତରଫରୁ ଏକ ସ୍ମୃତିଚାରଣ ସଭା ନିଶ୍ଚିନ୍ତକୋଇଲି କଲେଜ ଛକ ନିକଟସ୍ଥ ତାରିଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମିଡିଆ ବ୍ରଦର୍ଶ ର ଅଧ୍ୟକ୍ଷ ବରିଷ୍ଠ ସାମ୍ୱାଦିକ ସୁରେନ୍ଦ୍ର ନାଥ ରାଉତଙ୍କ ଏକ ଜରୁରୀ କାର୍ଯ୍ୟ ପାଇଁ ଅନୁପସ୍ଥିତ ରହିଥିବା ହେତୁ ମିଡିଆ ବ୍ରଦର୍ସ ର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ଜେନାଙ୍କ ପୌରହିତରେ ସଭାରେ ଶିକ୍ଷାବିତ ଦୁର୍ଗାଚରଣ ନାୟକ, ଲେଖକ ସଚ୍ଚିଦାନନ୍ଦ ମିଶ୍ର, ସାମ୍ବାଦିକ ଭାବଗ୍ରାହୀ ରାଉତ, ପଲ୍ଲୀଠାରୁ ଦିଲ୍ଲୀ ର ସମ୍ପାଦକ ଉମାଶଙ୍କର ସାହୁ ଓ ମିଡିଆବ୍ରଦର୍ସ ର ସଭ୍ୟ ସାମ୍ୱାଦିକ ମନମୋହନ ମହାନ୍ତି, ଜଗନ୍ନାଥ ପଣ୍ଡା, ଦେବେନ୍ଦ୍ର ଷଡ଼ଙ୍ଗୀ, ପ୍ରମୋଦ ସ୍ୱାଇଁ, ପ୍ରଶାନ୍ତ ବିଶ୍ୱାଳ, ପ୍ରକାଶ ଚନ୍ଦ୍ର ରାଉଳ,ରଞ୍ଜିତ ମଲିକ ଙ୍କ ସମେତ ସମସ୍ତ ସଭ୍ୟମାନେ ଯୋଗଦାନ କରି ସ୍ବର୍ଗତ ବର୍ମାଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ତାଙ୍କର ସ୍ମୃତି ଚାରଣ କରିଥିଲେ । ମିଡିଆ ବ୍ରଦର୍ଶ ତରଫରୁ ଆୟୋଜିତ ଏଭଳି କାର୍ଯ୍ୟକ୍ରମ କୁ ଯୋଗଦାନ କରିଥିବା ମାନ୍ୟଗଣ୍ୟ ଅତିଥି ମାନେ ଉଚ୍ଚ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.