ଭଞ୍ଜନଗର/ନିଲୁ ବିଷୋୟୀ : ଡକାୟତି ଯୋଜନା କରୁଥିବା ବେଳେ ଭଞ୍ଜନଗର ପୁଲିସ ତାହାକୁ ପଣ୍ଡ କରିବା ସହ ୭ ଜଣ ଅଭିଯୁକ୍ତ ଓ ୭ ବାଳ ଅପରାଧୀଙ୍କୁ କାବୁ କରିଛି। ବୁଧବାର ବିଳମ୍ବିତ ରାତିରେ ଭଞ୍ଜନଗର ନିକଟସ୍ଥ ସୋରାଦେବୀ ଜଙ୍ଗଲ ନିକଟରେ କିଛି ଯୁବକ ଡକାୟତି ଯୋଜନା ପ୍ରସ୍ତୁତ କରୁଥିବା ପୁଲିସ ନିକଟରେ ଖବର ପହଂଚି ଥିଲା। ଥାନାଧିକାରୀ ଧୀରେଶ କୁମାର ଦାସ ଙ୍କ ନିର୍ଦେଶରେ ଉକ୍ତ ଅଞ୍ଚଳରେ ଏସଆଇ କେଶବ ଷଡଙ୍ଗୀ ସଦଳବଳେ ପହଂଚି ସମସ୍ତ ଙ୍କୁ କାବୁ କରିଥିଲେ। ସେମାନଙ୍କ ଠାରୁ ନଗଦ ୯୫୦୦ ଟଙ୍କା,୩୯ ଗୋଟି ବିଭିନ୍ନ କମ୍ପାନୀର ମୋବାଇଲ ସେଟ, ଗୋଟିଏ ଲ୍ୟାପଟପ,୩ଟି ଲେଖାଏଁ ମୋଟର ସାଇକେଲ,ଖଣ୍ଡା ଓ ଜୀବନ୍ତ ବୋମା ସମେତ ଅନ୍ୟାନ୍ୟ ଚୋରୀ ସାମଗ୍ରୀ ଓ ମାରଣାସ୍ତ୍ର ଜବତ କରାଯାଇଛି। ଅଭିଯୁକ୍ତ ମାନେ ବିଗତ ଦିନରେ ଥାନା ଅଞ୍ଚଳରେ ହୋଇଥିବା ବିଭିନ୍ନ ଚୋରୀ ଓ ଅପରାଧିକ କାଯ୍ୟକଳାପରେ ଜଡିତ ଥିବା ଭଞ୍ଜନଗର ଏସଡିପିଓ ଆଜି ସାମ୍ବାଦିକ ସମ୍ମିଳନୀରେ ସର୍ବିଶେଷ ସୂଚନା ଦେଇଛନ୍ତି। ୭ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ବାଳ ଅପରାଧୀ ମାନଙ୍କୁ ବ୍ରହ୍ମପୁର ଜୁଭେନାଇଲ କୋର୍ଟ ପଠାଯାଇଥିବା ସୂଚନା ମିଳିଛି। ସାମ୍ବାଦିକ ସମ୍ମିଳନୀରେ ଥାନାଧିକାରୀ ଧୀରେଶ କୁମାର ଦାସ, ଏସଆଇ କେଶବ ଷଡଙ୍ଗୀ, ମନସ୍ୱିନୀ ମହାନ୍ତି ଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.