ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

0

ବାସୁଦେବପୁର/ ପ୍ରତାପ ପାଢ଼ୀ: ଆଜି ବାସୁଦେବପୁର ସ୍ଥିତ ସ୍ଥାନୀୟ ଟାଉନ୍ ହଲ୍ ପରିସରରେ ପୂର୍ବତନ ମନ୍ତ୍ରୀ ତଥା ବାସୁଦେବପୁର ର ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ ଶ୍ରୀ ରାଉତ ରାୟ ଙ୍କ ଶ୍ରାଦ୍ଧ ଦିବସ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି। ବିଜୟଶ୍ରୀ ରାଉତରାୟ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ନୀଳମଣି ରାଉତରାୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଟିତ ହୋଇଥିଲା। । ଏହି ଅବସରରେ ସଭାପତି ପିତାମ୍ବର ମିଶ୍ର ଙ୍କ ସଭାପତିତ୍ବ ରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ଭଦ୍ରକ ସଞ୍ଜୀବ ମଲ୍ଲିକ, ଭଣ୍ଡାରି ପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ, ବାସୁଦେବପୁର ବିଧାୟକ ତଥା ସ୍ବର୍ଗତ ଶ୍ରୀ ରାଉତରାୟଙ୍କ ପୁତ୍ର ବିଷ୍ଣୁବ୍ରତ ରାଉତ ରାୟଙ୍କ ସହ ଅନେକ ଶିକ୍ଷାବିତ୍, ସମାଜସେବୀ, ବୁଦ୍ଧିଜୀବୀ, ସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ରହି ପୂର୍ବତନ ମନ୍ତ୍ରୀ ଙ୍କ ବିଷୟ ରେ ଅନେକ କଥା ଆଲୋଚନା ରଖିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Leave A Reply

Your email address will not be published.