ଲୁହାଛଡ଼ ଚୋରି କରି ୩ଜଣ ଜେଲ୍ ଗଲେ

0

କୁଚିଣ୍ଡା/ଜମନକିରା ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ): ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୌଡପାଲି ଫାଣ୍ଡି ଅଧିନସ୍ଥ ପ୍ରଧାନପାଲି ନୂଆ ବୁର୍ଦ୍ଧପାଲି ଗାଁରୁ ଏକ ପିକପ୍ ଭ୍ୟାନ (ଓ ଆର ୧୫ ଏମ ୪୨୦୭) ରେ ଲୁହା ଛଡ଼ ଚୋରୀ ହେଇଥିବା ନେଇ ପ୍ରସ୍ତୁତି କମ୍ପାନୀ ମେଗା ଇଞ୍ଜିନିୟରିଂ ଆଣ୍ଡ ଇନଫାସ୍ତକଚର୍ ର ଇଞ୍ଜିନିୟର ସୌମ୍ୟ ପ୍ରକାଶ ସାହୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ କମ୍ପାନୀ ର ଏକ ପାଣି ଟାଙ୍କି କାର୍ଯ୍ୟ ନୂଆବୁର୍ଡ ଗ୍ରାମରେ ଚାଲିଥିବା ବେଳେ କମ୍ପାନୀ ଆବଶ୍ୟକ ଅନୁଯାଇ ବାଲି, ସିମେଣ୍ଟ, ଲୁହାଛଡ ଇତ୍ୟାଦି ମହଜୁତ ରଖାଯାଇଥିଲା l ମାତ୍ର ରାତ୍ରି ପ୍ରାୟ ୧୦.୩୦ ଟା ବେଳେ ଏକ ପିକପ୍ ଭ୍ୟାନ ଲଗାଇ ଚୋରି ହେଇଯାଇଥିଲା। ସେଠାରେ ସିକ୍ୟୁରୁଟି ଏବଂ ଲେବର ମାନେ ଥାଇ ମଧ୍ୟ ଜାଣି ପାରିନଥିଲେ। ଲୁହା ଛଡ଼ ଚୋରିକୁ ନେଇ କମ୍ପାନୀ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ୩ଜଣକୁ ଗିରଫ କରି ପୋଲିସ୍ କେସ୍ ନଂ ୫୮/୨୨ ଆଇପିସି ଧାରା ୩୭୯/୩୮୧/୩୪ ରେ ଏକ ମାମଲା ରଜୁ କରି ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠେଇ ଦିଆଯାଇଛି। ସେମାନେ ହେଲେ ପ୍ରଧାନପାଲି ଗାଁର ସନ୍ତିଏଲ୍ କେର୍କେଟା (୩୨), ନୂଆବୁର୍ଡା ଗାଁର ଗୌତମ ପ୍ରଧାନ (୨୫) ଏବଂ କୈଳାସ ସାହୁ (୨୪) ବୋଲି ଆଇଆଇସି ପ୍ରେମଜିତ ଦାସ ସୂଚନା ଦେଇଛନ୍ତି l

Leave A Reply

Your email address will not be published.