ଜଗତସିଂହପୁର ଉପନିର୍ବାଚନ: ବିଜେଡି ସମର୍ଥିତକୁ ଚକମା ଦେଇ ବିଜୟ ଲାଭ କଲେ ସ୍ବାଧୂନ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଅଳସୁଧା ପଞ୍ଚାୟତ ର ୪ନମ୍ବର ୱାର୍ଡ ରେ ୱାର୍ଡ ସଭ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ଉପନିର୍ବାଚନ ରେ ୩ଜଣ ପ୍ରତିଦ୍ବନ୍ଦୀ ଥିଲେ । ସେମାନଙ୍କ ମଧ୍ୟରୁ ସ୍ଵାଧୀନ ପାର୍ଥ ଦେବେନ୍ଦ୍ର ବେହେରା ୧୫୮ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ସମର୍ଥିତ ପ୍ରାର୍ଥୀ ଶରତ ଦାସ ଙ୍କୁ ୮୩ ଖଣ୍ଡ ଭୋଟ ପାଇଥିଲେ । ବିଜେପି ସମର୍ଥିତ ପାର୍ଥ ବିଶ୍ବଜିତ ୪ଖଣ୍ଡ ଭୋଟ ପାଇଥିଲେ ଳ ତେବେ ସ୍ବାଧୀନ ପ୍ରାର୍ଥୀ ୭୫ଖଣ୍ଡ ଅଧିକ ଭୋଟ ରେ ନିର୍ବାଚିତ ହୋଇଥିଲେ ।ଏହି ୱାର୍ଡ ସଭ୍ୟ ନିର୍ବାଚନ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ପାଇଁ ମର୍ଯ୍ୟାଦା ର ପ୍ରଶ୍ନ ଥିଲା । ଯାହାକି ଶାସକ ଦଳ ବିଧାୟକ ସାମାନ୍ୟ ୱାର୍ଡ ସଭ୍ୟ ଜିତାଇବାରେ ସମସ୍ତ ଶକ୍ତି ପ୍ରୟୋଗ କରି ଶେଷରେ ବିଫଳ ହୋଇଥିବା କୁହାଯାଉଛି । ଏହି ନିର୍ବାଚନ ରେ ଏକ ରୋଚକପୂର୍ଣ୍ଣ କଥା ଦେଖିବାକୁ ମିଳଥିଲା । କଂଗ୍ରେସ ଓ ବିଜେଡି ବାହାରୁ ଏକ ହୋଇ ଶରତ ଦାସ ଙ୍କୁ ସମର୍ଥନ କରୁଥିବା ଶୁଣିବାକୁ ମିଳୁଥିବା ବେଳେ ବିଜେପି ୪ଖଣ୍ଡ ଭୋଟ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ପଞ୍ଚାୟତ ରୁ ସମିତି ସଭ୍ୟ ରୂପେ ରତିରଞ୍ଜନ ବେହେରା ନିର୍ବାଚିତ ହୋଇ ଜଗତସିଂହପୁର ବ୍ଲକ ଭାଇସ ଚେୟାରମ୍ୟାନ ଭାବରେ କାର୍ଯ୍ୟଭାର ନେଇଛନ୍ତି ।ସେହିପରି ପୂର୍ବତନ ବ୍ଲକ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ବେହେରା ଙ୍କ ନିଜ ୱାର୍ଡ ରେ ଦଳୀୟ ପ୍ରାଥୀ ଙ୍କର ନୈରାଶ୍ୟ ଜନକ ପରାଜୟ ଦଳୀୟ ନେତୃତ୍ୱଙ୍କୁ ଅଂଗୁଳି ନିର୍ଦେଶ କରୁଛି ।

Leave A Reply

Your email address will not be published.