ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ଶ୍ରୀ କରଣ ସାହିସ୍ଥ ରାଧା ମୋହନ ମନ୍ଦିର ଠାରେ କିଷାନ ପାଣି ପଞ୍ଚାୟତ ତରଫରୁ କର୍ମକର୍ତ୍ତା ଚୟନ ଏବଂ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଶ୍ରୀ ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ କିଷାନ ପାଣି ପଞ୍ଚାୟତର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ।
ଏହି ଆଲୋଚନା ବୈଠକରେ ଚାଷୀଙ୍କ ବିଭିନ୍ନ ସମସ୍ୟା ଗୁଡିକକୁ ନେଇ ଆଲୋଚନା କରାଯାଇଥିବା ବେଳେ ଚାଷ ପାଇଁ ଜଳ ଯୋଗାଣ , ଉପଯୁକ୍ତ ସମୟରେ ବିହନ ଏବଂ ସାର୍ ଯୋଗାଇବା ଆଦି ବିଷୟକୁ ନେଇ ଆଲୋଚନା କରାଯାଇଥିଲା।
ଏହି ଅବସରରେ କିଷାନ ପାଣି ପଞ୍ଚାୟତ ପକ୍ଷରୁ ଏକ ନିର୍ବାଚନୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ନିର୍ବାଚନରେ ସଭାପତି ରୂପେ ଶ୍ରୀ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ , ସମ୍ପାଦକ ରୂପେ ଏଡେଲା ରାମୁଲୁ ଏବଂ କୋଷାଧ୍ୟକ୍ଷ ଭାବେ ଏନ୍ ସତିଶ କୁମାର ଏହି ନିର୍ବାଚନର ମନୋନୀତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଚାଷୀ ଉପସ୍ଥିତ ରହି ନିଜ ନିଜ ମତ ପୋଷଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post