କଫ ସିରପ ବ୍ୟବସାୟ ମହଙ୍ଗା ପଡିଲା

0

କଫ ସିରପ ମେକ୍ସ ଦୁର୍ଘଟଣା, ବ୍ୟବସାୟୀ ଗୁରୁତର

ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ଥାନା ଅଧିନସ୍ଥ ଚଣ୍ତିଭଟା ଗ୍ରାମର ଗୁରୁଦେବ ସେଟ ଦୀର୍ଘ ଦିନରୁ କଫ ସିରଫ ବିକ୍ରି କରୁଥିଲେ-। ପ୍ରତିଦିନ ଉକ୍ତ ଗ୍ରାମରେ ସନ୍ଧ୍ୟାରେ ଗ୍ରାହକଙ୍କ ଭିଡ ଜମି ଥାଏ । ୨୮ ତାରିଖ ଗୁରୁଦେବ ନିଜର ମେକ୍ସ ଗାଡି ସିଜି ୦୪ ଡି ୧୭୪୫ରେ କୋରେକ୍ସ ବୋଝେଇ ଆସୁଥିବା ବେଳେ ପୋଲିସ ହାବୁଡରେ ପଡିଯାଇଛି। ଉକ୍ତ ଦିନ ଝାରବନ୍ଧ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଗାଡିଟି ଦ୍ରୁତ ଗତିରେ ଯାଇ ନିଜ ଗାଁ ରାସ୍ତାରେ ନ ଯାଇ ଗତିପଥ ପରିବର୍ତ୍ତନ କରିଥିଲା । ଏତେ ଦ୍ରୁତ ଗତିରେ ଗାଡି ଯାଉଥିବା ଦେଖି ପୋଲିସର ସନ୍ଦେହ ବଢିଯାଇଥିଲା । ଅଭିଯୁକ୍ତ ଗାଡିର ଗତି ବଢାଇ ଫେରାର ମାରୁଥିବା ବେଳେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଗଲା । ପଛରେ ଆସୁଥିବା ପୋଲିସ ପହଂଚି ଆହତକୁ ଉଦ୍ଧାର କରି ଚିକିତ୍ସା ପାଇଁ ଉପ ଖଣ୍ତ ଚିକିତ୍ସାଳୟକୁ ପଠାଇଥିଲେ ।ଦୁର୍ଘଟଣା ଗ୍ରସ୍ତ ମେକ୍ସକୁ ଥାନାକୁ ଆଣି ଚେକ କରିବାରୁ ପାଂଚଟି ବସ୍ତାରେ ୪୫୦ ବୋତଳ କଫ ସିରଫ,୫୮ଟି ଠିପି ଖୋଲା ବୋତଳ,୩୦ଟି ନାଇଟ୍ରୋସେନ ଟେବଲେଟ ଜବତ କରିଥିଲେ । ମେକ୍ସଗାଡିରେ ଥିବା ବ୍ୟବସାୟୀ ଗୁରୁଦେବ ସେଟ ଗୁରୁତର ହେବାରୁ ବରଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ଆରୋଗ୍ୟ ଲାଭ କଲା ପରେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଦିଲ୍ଲୀପ କୁମାର ବେହେରାଙ୍କ ନିକଟରୁ ପ୍ରକାଶ।

Leave A Reply

Your email address will not be published.