କେରିଅର କାଉନସଲିଙ୍ଗ କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଯୁବ ବ୍ୟାପର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ତ ନେହୁରୁ ଯୁବ କେନ୍ଦ୍ର ଓ ୟୁନିସେଫ୍ ର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ “କେରିଅର କାଉନସିଲିଙ୍ଗ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ନେହୁରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିପିନ କୁମାର ଦାସ , ଆର୍. ଶ୍ରୀନିବାସ ରାଓ , ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୋରାଜ କୁମାର ପଣ୍ଡା , ଏ. ଜଗନ୍ନାଥ ରାଜୁ , ଶ୍ରୀମତୀ ମନ୍ଦାକିନି ଶିଙ୍ଗ , ମୋହିନୀ ପ୍ରଧାନ , ଶ୍ରୀମତୀ ସୁନିତା ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ ଯୁବଗୋଷ୍ଠୀଙ୍କ ଭବିଷ୍ୟତ ପାଇଁ ଉପଯୁକ୍ତ ପରାମର୍ଶର ଆବଶ୍ୟକତା ରହିଛି। ନିଜ ଭବିଷ୍ୟତ ପାଇଁ କଲେଜ ଛାତ୍ରଛାତ୍ରୀ ମାନେ ଏବେ ଠାରୁ ନିଜକୁ ପ୍ରସ୍ତୁତି କରିବା ଉଚିତ କେବଳ ସରକାରୀ ଚାକିରୀ ଉପରେ ଭାରସା ନ କରି ବିଭିନ୍ନ ସରକାରୀ ଯୋଜନାରେ ଆତ୍ମ ନିର୍ଭରଶୀଳ ହେବାକୁ ହେବ ବୋଲି ଉପସ୍ଥିତ ଥିବା ବିଭିନ୍ନ କାର୍ଯ୍ୟାଳୟରୁ ଆସିଥିବା ବକ୍ତା ମାନେ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ଯୁବକ ସଙ୍ଘର ସଦସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମଟି ନେହୁରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀଙ୍କ ତତ୍ତ୍ୱାବଧାନରେ ହୋଇଥିବା ବେଳେ ନେହୁରୁ ଯୁବ କେନ୍ଦ୍ରର ସ୍ବେଚ୍ଛାସେବୀ ବି. ଭବାନୀ ଓ ଏସ୍ . ପ୍ରବୀଣ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.