ଭଞ୍ଜନଗର/ନିଲୁ ବିଷୋୟୀ : ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ବାହାଡ଼ାପଦର ଗ୍ରାମରୁ ଶନିବାର ସକାଳ ସମୟରେ ଏକ କୁଟୁରା ଛୁଆ କୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ଛୁଆଟି ନିକଟସ୍ଥ ନଦୀ ପଠାରେ ବୁଲୁଥିବା ବେଳେ କିଛି କୁକୁର ତାକୁ ଗୋଡ଼ାଇ ଥିଲେ। ଫଳରେ ଗ୍ରାମର ଜଣଙ୍କ ଘରେ କୁଟୁରା ଛୁଆ ଟି ପଶି ଯାଇଥିଲା। ଗ୍ରାମବାସୀ ବନ ବିଭାଗ କୁ ଖବର ଦେବା ପରେ ବନରକ୍ଷୀ ସୁଶାନ୍ତ କୁମାର ମିଶ୍ର, ଭିକାରୀ ବିଷୋୟୀ, ସଞ୍ଜୟ ସ୍ବାଇଁ ପ୍ରମୁଖ ପହଂଚି ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା ପରେ କୁଟୁରା ଛୁଆଟି ସୁସ୍ଥ ଥିବା ରୁ ତାକୁ ଗାଲେରୀ ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ଛଡ଼ାଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post