ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଥାନା ଅନ୍ତର୍ଗତ ଗାଡପାଳ ଗ୍ରାମ ନିକଟରେ ରାଞ୍ଚି ବିଜୟୱାର୍ଡା ଜାତୀୟ ରାଜପଥରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ଘଟିଛି। ମୃତ ଜନକ ହେଲେ ନୂଆଗାଁ ଗ୍ରାମର ପଞ୍ଚାନନ କିସାନ। ସେ ଜଣେ ଉଚ୍ଚ ଶିକ୍ଷିତ ମେଧାବୀ ଛାତ୍ର ହୋଇ ଥିବାବେଳେ ତାଙ୍କ ପରିବାର ର ଏକ ମାତ୍ର ପୁତ୍ର ସନ୍ତାନ ଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ପଞ୍ଚାନନ ବର୍ତ୍ତମାନ ଡିପ୍ଲୋମା ପାଠ ପଢୁଥିବା ବେଳେ କୌଣସି କାମରେ ଛେଣ୍ଡିପଦା ଯାଇଥିଲେ। ସେଠାରୁ କାମ ସାରି ନିଜ ଗ୍ରାମ ନୂଆଗାଁ ଘରକୁ ଫେରୁଥିବାବେଳେ ଗାଡପାଳ ଗ୍ରାମ ନିକଟରେ ସମ୍ମୁଖ ପଟୁ ଆସୁଥିବା ଏକ ମାଲ୍ ବୋଝେଇ ଟ୍ରକ ତାଙ୍କ ବାଇକ୍ କୁ ଧକ୍କା ଦେଇ ଟ୍ରକ ଟି ରାସ୍ତା ତଳକୁ ଖସି ଯାଇଥିଲା। ଘଟଣା ସ୍ଥଳରେ ହିଁ ପଞ୍ଚାନନ ଙ୍କର ମୃତ୍ୟୁ ହୋଇଯାଇଥିଲା। ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ମାନେ କ୍ଷତିପୁରଣ ଦାବୀରେ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ଦେବଗଡ଼ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।
Sign in
Sign in
Recover your password.
A password will be e-mailed to you.