ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ପ୍ରତ୍ୟାହାର ସମେତ ବିଭିନ୍ନ ଦାବିରେ କାଉନସିଲର ମାନଙ୍କ ଅନଶନ

0

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ପ୍ରତ୍ୟାହାର ଓ ଏହାର ପୁନଃ ମୂଲ୍ୟାଙ୍କନ ସମେତ ବିଭିନ୍ନ ଦାବିରେ ଆଜି ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ପୌର ପରିଷଦର ଉପାଧ୍ୟକ୍ଷ ପର୍ଜିତ କୁମାର ଭୋଜ ଙ୍କ ସମେତ ୬ କାଉନସିଲର ଅନଶନ ଆରମ୍ଭ କରିଛନ୍ତି। ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ବୋଲି ପ୍ରକାଶ କହିଛନ୍ତି। ଆଜି ପୂର୍ବାହ୍ନ ୯ଟା ସମୟରେ ଦେବଗଡ଼ ପୌର ପରିଷଦର ଉପାଧ୍ୟକ୍ଷ ପର୍ଜିତ କୁମାର ଭୋଜ, କାଉନସିଲର ଧର୍ମେନ୍ଦ୍ର ଦେବତା, ମଧୁସୂଦନ ବାଘ, ପିଙ୍କି ସାହୁ, ସରୋଜିନୀ ମୁଣ୍ଡା, ଇତିଶ୍ରୀ ମିଶ୍ର ଓ କାର୍ତ୍ତିକ ମହାକୁଲ ଦେବଗଡ଼ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଅନଶନ ଆରମ୍ଭ କରୁଥିଲେ।
ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ପ୍ରତ୍ୟାହାର ଓ ଏହାର ପୁନଃ ମୂଲ୍ୟାଙ୍କନ ସେମାନଙ୍କ ପ୍ରମୁଖ ଦାବୀ ଥିବାବେଳେ ଏହା ସହିତ ଦୈନିକ ପରିବା ବଜାର ନିଲାମ ପ୍ରକ୍ରିୟା କୁ ରଦ୍ଦ କରାଯାଇ ପୌର ପରିଷଦର ଅନୁମୋଦନ ପରେ ନିଲାମ କରିବା, ପୌର ପରିଷଦ କଲ୍ୟାଣ ମଣ୍ଡପ ର ଭଡ଼ା ୧୮୦୦୦/- ରୁ କମାଇ ୧୦୦୦୦/- କରିବା, ଦୈନିକ ପରିବା ବଜାର ନିକଟରେ ଏକ ପରିଶ୍ରାଗାର ନିର୍ମାଣ କରିବା ଦାବୀ ରେ ଅନଶନ ଆରମ୍ଭ କରିଛନ୍ତି। ଆଜି ଆରମ୍ଭ ହୋଇଥିବା ଏହି ଅନଶନକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ସେହିପରି ପୌରାଞ୍ଚଳ ର ବହୁ ବୁଦ୍ଧିଜୀବୀ, ସଚେତନ ନାଗରିକ, ବରିଷ୍ଟ ନାଗରିକ ଓ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ମାନେ ପହଞ୍ଚି ଅନଶନକାରି ମାନଙ୍କୁ ସମର୍ଥନ ଜଣାଇଥିଲେ।

Leave A Reply

Your email address will not be published.