ଭୁବନେଶ୍ୱର: ସମ୍ ଅଲ୍ଟିମେଟ ମେଡିକେୟାରର ମ୍ୟାଟେରିଆଲ୍ସ ମ୍ୟାନେଜମେଂଟ ବିଭାଗର ମୁଖ୍ୟ ଶ୍ରୀ ଚଣ୍ଡି ଚରଣ ଭାରତୀଙ୍କ ଦ୍ୱାରା ‘ରୋଲ ଅଫ୍ ସପ୍ଲାଇ ଚେନ୍ ମ୍ୟାନେଜମେଂଟ ଫର୍ କ୍ୱାଲିଟି ପେସେଂଟ କେୟାର’ ଶୀର୍ଷକ ଉପସ୍ଥାପନା ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଟେରିଆଲ୍ସ ମ୍ୟାନେଜମେଂଟ (ଆଇଆଇଏମ୍ଏମ୍) ଦ୍ୱାରା ସ୍ୱୀକୃତି ପାଇଛି ।
ଶ୍ରୀ ଭାରତୀ ଗତ ଫେବୃଆରୀ ୨୬ ତାରିଖରେ ଆଇଆଇଏମ୍ଏମ୍ କୋଲକାତା ଶାଖା ଏବଂ ବେକ୍ଟନ୍ ଡିକ୍ଇନ୍ସନ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ବିଡି)ର ମିଳିତ ସହଯୋଗରେ ଆୟୋଜିତ ଏକ ୱେବିନାରର ପାନେଲ୍ ଡିସ୍କସନ୍ରେ ବକ୍ତା ଏବଂ ସଦସ୍ୟ ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ ।
ଭାରତର ୭ ଜଣଙ୍କୁ ଏହି ଉପସ୍ଥାପନା ପାଇଁ ଆଇଆଇଏମ୍ଏମ୍ ପକ୍ଷରୁ ସ୍ୱୀକୃତି ଦିଆଯାଇଥିବା ବେଳେ ଶ୍ରୀ ଭାରତୀ ସେମାନଙ୍କ ମଧ୍ୟରୁ ଅନ୍ୟତମ । ଆଇଆଇଏମ୍ଏମ୍ର ମୁଖ୍ୟ କାର୍ଯ୍ୟାଳୟ ଅହମ୍ମଦାବାଦରେ ଥିବା ବେଳେ ଭାରତରେ ଡାକ୍ତରୀ ଶିଳ୍ପ କ୍ଷେତ୍ରରେ ସପ୍ଲାଇ ଚେନ୍ ମ୍ୟାନେଜମେଂଟ, ଇନ୍ଭେନ୍ଟ୍ରି ଆଣ୍ଡ ମ୍ୟାଟେରିଆଲ୍ସ ମ୍ୟାନେଜମେଂଟ ଭଳି ପ୍ରସଙ୍ଗକୁ ଆଗକୁ ଆଣିବା କ୍ଷେତ୍ରରେ ଏହି ଅନୁଷ୍ଠାନ ଅଗ୍ରଣୀ ଭୂମିକା ନେଇଛି ବୋଲି ଶ୍ରୀ ଭାରତୀ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.