ତମ୍ବା ତାର ଚୋରି ଅଭିଯୋଗ ରେ ଜଣେ ଗିରଫ

0

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ଜଗଦଲପୁର ଥାନା ଅଧିନସ୍ତ ସରେଇକେଲା ଗ୍ରାମ ର ଗୋବିନ୍ଦ ବାରିକ ଙ୍କ ଗଭୀର ନଳକୂପ ଟ୍ରାନ୍ସଫର୍ମର ରୁ ତମ୍ବାତାର କଏଲ ଚୋରି କରୁଥିବା ବେଳେ ଉକ୍ତ ଗ୍ରାମର ମହେଶ ଷଣ୍ଢ ଙ୍କୁ କିଛି ଜଣ ଗ୍ରାମବାସୀ ଅଟକ ରଖି ଜଗଦଲପୁର ଥାନା କୁ ଖବର ଦେଇଥିଲେ।ଥାନା ଅଧିକାରୀ ସୁଷମା କୁଅଁର ଙ୍କ ନିର୍ଦେଶ କ୍ରମେ ଏ.ଏସ.ଆଇ ପ୍ରଦୀପ ପାଣି ଓ ସହକର୍ମୀ ଘଟଣା ସ୍ଥଳ କୁ ପହଞ୍ଚି ଅଭିଯୁକ୍ତ ମହେଶ ଠାରୁ ପ୍ରାୟ ୨କେଜି ତମ୍ବା କଏଲ ଜବତ କରିଥିଲେ।ଜଗଦଲପୁର ଥାନା କେଶ ନଂ୭୧/୨୨ ଦଫା୩୭୯ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Leave A Reply

Your email address will not be published.