ଜଗତସିଂହପୁର /ସୁମନ୍ତ କୁମାର ଦାସ: ପୁରୁଣା ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଆର୍ମି ଅଫିସରଙ୍କ ସ୍ତ୍ରୀ ଙ୍କୁ ମାନସିକ ନିର୍ଯାତନା l ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଜୟଶୋଳ ଗ୍ରାମରେ ଏହି ଗ୍ରାମର ଦିବାକର ସାହୁ ଙ୍କ ବାସଭବନ ଜୟଶୋଳରେ ଜମି ଖାତା ସଂଖ୍ୟା( ୮୫୧/୧୩୧)ଓ ପ୍ଲଟ ନମ୍ବର ( ୧୭୩୩/୨୭୦୦)ର ଜମି କୁ ନେଇ ସିଭିଲ କୋର୍ଟରେ କାଶେ ନମ୍ବର (୩୨୬/୨୦୨୧.(I.A ୨୧୮/୨୦୨୧) ନମ୍ବରରେ ଦିବାକର ସାହୁଙ୍କ ଉପରେ କେଶ ଚାଲୁ ଅଛି କିନ୍ତୁ ଦିବାକର ସାହୁଙ୍କ ସ୍ତ୍ରୀ ସୁନନ୍ଦିତ ସାହୁ ଏବେ ଅଭିଯୋଗ କରିଛନ୍ତି ଯେ ଏହି ଜମିବାଡ଼ି ବିବାଦର କେଶ କୋର୍ଟରେ ଚାଲୁ ରହିବ ସତ୍ୱେ ଶ୍ରୀଯୁକ୍ତ ଅଭିମନ୍ୟୁ ସାହୁ ଏବଂ ତାଙ୍କ ସହଯୋଗୀ ଓମ ପ୍ରକାଶ ମହାନ୍ତି (ଟୁଁବୁଲି) ଗ୍ରାମ -ସାତପୁରା ଏବଂ ଦେବାଶିଷ ବେହେରା (ବାବୁଲି )ପିତା ଶ୍ରୀ ପ୍ରଭାକର ବେହେରା ।ଗ୍ରାମ ଜୟଶୋଳ ଏମାନେ ମିଳିତ ଭାବେ ସୁନନ୍ଦିତା ସାହୁ ଏବଂ ତାଙ୍କ ସାତ ବର୍ଷୀୟ ଝିଅକୁ ଏକା ଦେଖି ବିଭିନ୍ନ ପ୍ରକାରର ଧମକ ଚମକ ଦେବା ସହ ତାଙ୍କର ପିଛା କରୁଛନ୍ତି ଏବଂ ବଜାର ଘାଟରେ ଅଶ୍ଳୀଳ ବ୍ୟବହାର କରୁଛନ୍ତି ଓ ଜୀବନରୁ ମାରିବାର ଧମକ ମଧ୍ୟ୍ୟ ଦେଇଛନ୍ତି । ଯେଉଁଥିପାଇଁ ସୁନନ୍ଦିତା ସାହୁ ନିଜ ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି ଶେଷରେ ବାଧ୍ୟ୍ୟ ହୋଇ ଆଜି ଜଗତସିଂହପୁର ଜିଲ୍ଲା ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଯାହାକୁ ଜଗତସିଂହପୁର ପୋଲିସ ଅଭିଯୋଗକୁ କେନ୍ଦ୍ର କରି ଶ୍ରୀଯୁକ୍ତ ଅଭିମନ୍ୟୁ ସାହୁ ଏବଂ ତାଙ୍କ ସହଯୋଗୀଙ୍କ ନାମରେ ଏକ ମାମଲା କେଶ ନମ୍ବର ରୁଜୁ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post