ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ରଘୁନାଥଜୀଉ ବିଜେ ଓଡ଼ଗାଁ ଙ୍କ ମନ୍ଦିର ତଥା ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ଏବଂ ସୁପରିଚାଳନା ନିମନ୍ତେ ସର୍ବୋପରି ମନ୍ଦିର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫ଟି ସଚିବ ଭି. କେ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ଓଡ଼ଗାଁ ଅଞ୍ଚଳ ବାସୀଙ୍କ ତରଫରୁ ଏକ ଦାବିପତ୍ର ଡାକ ମାଧ୍ୟମରେ ପଠାଇ ଦିଆଯାଇଛି। ସ୍ୱର୍ଣ୍ଣକଳସ କ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ୧୭ଶହ ମସିହା ରୁ ନିର୍ମାଣ ହୋଇଥିବା ଉକ୍ତ ମନ୍ଦିରର ଭିତ୍ତିଭୂମି ର ସୁରକ୍ଷା ସହିତ ଚଟାଣ, ଅନନ୍ତଶୟନ ଗୃହ , ରୋଷ ଗୃହ, ଭଣ୍ଡାର ଗୃହ, ଗୋଦାମ କୋଠରୀ ଏବଂ ସୁବଳୟା ପର୍ବତର ରକ୍ଷଣାବେକ୍ଷଣ, ମରାମତ ଏବଂ ମାର୍କେଟ କମ୍ପ୍ଳେକ୍ସ ସହିତ ଯାତ୍ରୀ ନିବାସ, ପ୍ରସାଦସେବନ ଗ୍ରୁହ, ସର୍ବୋପରି ଯାତ୍ରୀ ମାନଙ୍କ ପାଇଁ ପଥପ୍ରାନ୍ତ ବିଶ୍ରାମସ୍ଥଳ ନିର୍ମାଣ ନିମନ୍ତେ ପୂଜକ ପରିଷଦ, ସୁଆର ସେବକ ପରିଷଦ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବି ରଖିଥିଲେ। ଏବଂ ଏହି ଚିଠିର ନକଲକୁ ମୁଖ୍ୟମନ୍ତ୍ରୀ, ଓଡ଼ିଶା, ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁ, ମୁଖ୍ୟ ଶାସନ ସଚୀବ, ଉନ୍ନୟନ କମିଶନର, ଜିଲ୍ଲାପାଳ, ଉପଜିଲ୍ଲାପାଳ ଙ୍କ ଗୋଚରାର୍ଥେ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.