ଦିବଙ୍ଗତ ଇଂ.ଅରକ୍ଷିତ ପାତ୍ରଙ୍କ ଶୋକସଭା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଉତ୍କଳ ହିତୈଷିଣୀ ସମାଜ ଏବଂ ଅବସରପ୍ରାପ୍ତ ବାୟୁସେନା କର୍ମୀ ମାନଙ୍କ ମିଳିତ ଆନୁକୁଲ୍ୟରେ ବିଶିଷ୍ଟ ଓଡ଼ିଆ ସାରସ୍ଵତ ସାଧକ ଦିବଙ୍ଗତ ଇଂ. ଅରକ୍ଷିତ ପାତ୍ରଙ୍କ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଉପାନ୍ତପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଜଣେ ଭଲ କବି ଭାବେ ସର୍ବାଗ୍ରେ ଶ୍ରୀପାତ୍ର ପରିଚିତ ଥିଲାବେଳେ ବିଶେଷକରି ତାଙ୍କର ମିଷ୍ଟ ଭାଷା , ସମାୟାନୁବତ୍ତୀତା , ମେଲାପି ବ୍ୟକ୍ତି ଥିଲେ। ‘ଅନୁଭୂତି’ ଏବଂ ‘ସ୍ୱର ଏକ ସୈନିକର’ ଦୁଇଖଣ୍ଡ ବହି ପ୍ରକାଶିତ କରିଛନ୍ତି ଏବେ ଅନେକ ପାଣ୍ଡୁଲିପି ମଧ୍ୟ ସେ ଛାଡ଼ି ଚାଲିଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୮ବର୍ଷ ହୋଇଥିଲା। ପ୍ରଦୀପ କୁମାରଜେନା , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଭାରତଭୂଷଣ ମହାନ୍ତି , ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ଶାଖା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଡ.କଲ୍ୟାଣୀ ମିଶ୍ର ,ଡାକ୍ତର ମୁର୍ମୁ , ମାଲିକାର୍ଜୁନ ପଟ୍ଟନାୟକ , ଗଣେଶ କୁମାର ରାଜୁ , ଜଗଦୀଶ ମହାପାତ୍ର , ସୂର୍ଯ୍ୟନାରାୟଣ ପଟ୍ଟନାୟକ , ନିତ୍ୟାନନ୍ଦ ଚୌଧୁରୀ , କୈଳାସ ପଟ୍ଟନାୟକ , ପ୍ରମୋଦ ଚନ୍ଦ୍ର ପାଢ଼ୀ , ଅରକ୍ଷିତ ଜେନା , ଶରତ ଚନ୍ଦ୍ର ସାହୁ ପ୍ରଭୃତି ଯୋଗଦାନ କରି ଶ୍ରୀ ପାତ୍ରଙ୍କ ବହୁମୁଖୀ ପ୍ରତିଭାର ଆଲୋଚନା କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ।
୨୦ ମଇ ୧୯୫୪ ରେ ଇଂ ଅରକ୍ଷିତ ପାତ୍ରଙ୍କ ଜନ୍ମ ଗଜପତି ଜିଲ୍ଲା , ପାରଳାଖେମୁଣ୍ଡି ସନ୍ନିକଟ ଜଙ୍ଗଲପଦା ଗ୍ରାମରେ। ସେ ଭାରତୀୟ ବାୟୁ ସେନାର ଜଣେ କର୍ତ୍ତବ୍ୟନିଷ୍ଠ ସେବାନିବୃତ୍ତ ଅଧିକାରୀ। ସଂପ୍ରତି ପାରଳାଖେମୁଣ୍ଡି ସହରର ଚୈତନ୍ୟ ନଗରରେ ସ୍ଥାୟୀଭାବେ ବସବାସ କରୁଥଲେ। ପିଲାଦିନରୁ କବିତାରେ ରୁଚି ରଖୁଥିବା ଶ୍ରୀପାତ୍ରଙ୍କ ପ୍ରଥମ କବିତା ସଂକଳନ ‘ଅନୁଭୂତି’ ବହୁଦିନ ପୂର୍ବେ ପ୍ରକାଶ ପାଇଥିଲା। “ସ୍ୱର ଏକ ସୈନିକର” ହେଉଛି ତାଙ୍କର ଦ୍ଵିତୀୟ କବିତା ସଂକଳନ। କୃଷି , କୃଷକ , ଗ୍ରାମ୍ୟ ଚଳଣି ଓ ଦେଶଭକ୍ତିରେ ନିଷ୍ଠା ରଖୁଥିବା ଏହି କବିଙ୍କ ସମସ୍ତ କବିତାରେ ତାଙ୍କ ଅନୁଭୂତିର ବାସ୍ତବ ଚିତ୍ର ପ୍ରତିଫଳିତ ହୋଇଛି। କବି ବହୁ ସାରସ୍ୱତ ଓ ସାମାଜିକ ଅନୁଷ୍ଠାନ ବିଶେଷକରି ଉତ୍କଳ ସମ୍ମିଳନୀ , ଉତ୍କଳ ହିତୈଷିଣୀ ସମାଜ ଓ ସମ୍ବାଦ ସାହିତ୍ୟଘର ସହ ଘନିଷ୍ଟ ଭାବେ ସଂପୃକ୍ତ ଥିଲେ। ପାରଳାଖେମୁଣ୍ଡିରେ ସରକାରୀ ଓ ଅନୁଷ୍ଠିତ ସମସ୍ତ ଧାର୍ମିକ , ଆଧ୍ୟାତ୍ମିକ , ସାଂସ୍କୃତିକ ଓ ସାରସ୍ୱତ ସମାବେଶରେ ଏହି ଦରଦୀ କବିଙ୍କର ନିଶ୍ଚିତ ଉପସ୍ଥିତି ଓ ଆଲୋଚନାରେ ଅଂଶଗ୍ରହଣ ଦେଖିବାକୁ ମିଳୁଥିଲା।

Leave A Reply

Your email address will not be published.