କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସିରିପାଇ ପଞ୍ଚାୟତ ଅଧିନସ୍ତ ବାହାର ଦୁଲକି ଗ୍ରାମର ବୃଦ୍ଧା ସଦାମଣି ନାଏକ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ପ୍ରାୟ 3ଟା ସମୟରେ ଦୁର୍ବୃତ୍ତ ହାତ ପାଟି ବାନ୍ଧି ବେକ କାଟି ସୁନା ଲୁଟ କରି ଚାଲିଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ଗୁରୁତର ଅବସ୍ଥାରେ କାଶୀପୁର ଡାକ୍ତରଖାନା ରେ ଚିକିତ୍ସତ ହେଉଛନ୍ତି। ସୁଚନା ଅନୁଯାୟୀ କାଶିପୁର ଅଞ୍ଚଳରେ ବାଇକ୍ ଚୋରି ଘଟଣା ନଜରକୁ ଭୁ ମାତ୍ରାରେ ଆସୁଥିବା ବେଳେ ଏଭଳି ଘଟଣା ଅଞ୍ଚଳରେ ପ୍ରଥମ ଥର ହୋଇଥିବାରୁ କାଶିପୁର ଅଞ୍ଚଳ ରେ କୋକୁଆ ଭୟ ସୃଷ୍ଟି ହୋଇଛି । ବର୍ତ୍ତମାନ ବୃଦ୍ଧା ଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଥିବା ବେଳେ ଉକ୍ତ ବୃଦ୍ଧା ଙ୍କ ପରିବାର ରେ କେହି ନଥିବା ଜଣା ପଡ଼ିଛି ।ତାଙ୍କ ସ୍ଵାମୀ ଓ ପୁଅ ଆଗରୁ ମରିଯାଇଥିବା ବେଳେ ବୃଦ୍ଧା ସୀରିପାଇ ପଞ୍ଚାୟତ ଅନ୍ତର୍ଗତ ଦୁଲୁକି ଗ୍ରାମରେ ଜଣେ ରହୁଥିଲେ । ଏପର୍ଯ୍ୟନ୍ତ ଦୁର୍ବୃତ୍ତ କେତେଜଣ ଥିଲେ ଓ କେଉଁ ମାନେ ଏହି ବିଭତ୍ସ ଘଟଣା ଘଟାଇଥିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ବେଳେ ଥାନା ରେ ଏପର୍ଯ୍ୟନ୍ତ ଅଭିଯୋଗ ହୋଇ ନଥିବା ଜଣା ପଡ଼ିଛି । କିନ୍ତ କାଶିପୁର ଥାନ ଅଧିକାରୀ ଖଵର ପାଇବା ପରେ କାଶିପୁର ମେଡିକାଲ ଯାଇ ପଚାରାଉଚରା କରିବା ପାଇଁ ଯାଇଥିଲେ କିନ୍ତୁ ସେ କିଛି କହିପାରିବା ନାହାଁନ୍ତି
Sign in
Sign in
Recover your password.
A password will be e-mailed to you.