ଅସ୍ତରଙ୍ଗ ରେ ୯୨ତମ ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ

0

ଅସ୍ତରଙ୍ଗ/ ଦୁଃଶାସନ ନାୟକ :ଅସ୍ତରଙ୍ଗ ବ୍ଲକ ର କୁହୁଡ଼ି ଗ୍ରାମରେ ସନିବାରଦିନ, ଆଜାଦ କି ଅମୃତ ମହୋତ୍ସବ ଅବସରରେ ୯୨ତମ ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ୨୦୨୨ ଜିଲା ସୂଚନା, ଲୋକସମ୍ପର୍କ ବିଭାଗ ଓ ଉତ୍କଳ ସଂଗାମୀ ସ୍ମୃତି ସମିତି ର ମିଳିତ ସହ ଯୋଗରେ ପାଳିତ ହୋଇଯାଇଅଛି । ଉକ୍ତ ଉତ୍ସବକୁ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ,ଶ୍ରୀ ରଘୁନନ୍ଦନ ଦାସ । ତାପରେ, ଭରଚୁଆଲ ମାଧ୍ୟମରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କର ବାର୍ତା ପ୍ରସାର କରା ଯିବା ପରେ ଜାତିୟ ସଂହତି ଓ ସଂତ୍ରାସବାଦୀ ବିରୋଧୀ ଶପଥ ପାଠ କରା ଯାଇଥିଲା । ଅନୁଷ୍ଠାନର ସଭାପତି ସ୍ବାଧୀନତା ସଂଗାମୀ ସୋମନାଥ ପାତ୍ରଙ୍କ ସଭାପତି ତ୍ୱରେ ଆୟୋଜିତ ଉକ୍ତ ଉତ୍ସବରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସାହିତ୍ୟିକ ତଥା ସ୍ତମ୍ଭକାର ଦାସ ବେନେହୁର ଓ ପ୍ରହଲାଦ ସିଂ , ପୂର୍ବତନ ବିଧାୟକ ରବି ମଲିକ ଓ ସୁରେନ୍ଦ୍ର ସେଠି, ଜିଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ସମିତି ର କାର୍ଯ୍ୟକାରୀ ସଭାପତି, ତଥା ରାଜ୍ୟ କୃଷକ କଂଗ୍ରେସର ଅଧ୍ୟକ୍ଷ ଅମୀୟ କୁମାର ପଟନାୟକ, ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ,କାଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ,ସମାଜସେବୀ ଦିବାକର ଛାଟୋଇ,ତହସିଲଦାର ରାଜଲଷ୍ମୀ ନାୟକ, ସରପଞ୍ଚ ରାମ ଚନ୍ଦ୍ର କାଣ୍ଡି, ଆଦି ଅତିଥି ଭାବେ ଯୋଗ ଦେଇ ୧୯୩୦ ମସିହା ଆଜିର ଦିନରେ କୁହୁଡ଼ି ପଡିଆରେ, ଅସ୍ତରଙ୍ଗ ର ଗାନ୍ଧୀ ସ୍ୱର୍ଗତ ପୂର୍ଣାନନ୍ଦ ସ୍ଵାଇଁ ଙ୍କ ନେତୃତ୍ୱରେ ବ୍ରିଟିଶ ଆଇନକୁ ଅମାନ୍ୟ କରି ହୋଇଥିବା, ଲୁଣମରା ସହ ଆଇନ ଅମାନ୍ୟ ଆନ୍ଦୋଳନ ଉପରେ ଅତିଥି ମାନେ ନିଜ ନିଜର ମତ ବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଜାତୀୟ ପତାକା ଉତ୍ତୋଳନ ପରେ ,ଜାତୀୟ ସଙ୍ଗୀତ ଗାନ କରାଯିବା ସହ, ଗାନ୍ଧୀଙ୍କ ରାମଧୁନ ମଧ୍ୟ ଗାନ କରାଯାଇଥିଲା । ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ବରିଷ୍ଠ କର୍ମକର୍ତା ଶ୍ରୀ ଜିତେନ୍ଦ୍ରୟ ଜେନା ଓ ସନ୍ତୋଷ କୁମାର ସେଠୀ, କୁହୁଡି ଗ୍ରାମବାସୀ ପ୍ରମୁଖ ରହି ଏହି ଉତ୍ସବକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.