ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : କେହି ଜଣେ ଚାଇଲ୍ଡଲାଇନ ନ°୧୦୯୮ ରେ ଫୋନ କରି ଜନେଇଲେ ଯେ ବଳମ ବସଷ୍ଟାଣ୍ଡ ଛକରେ ଜଣେ ୧୫ବର୍ଷ ର ନାବାଳିକା ବୁଲୁ ଥିବାର। ଖବର ପାଇ ଚାଇଲ୍ଡଲାଇନ କର୍ମକର୍ତ୍ତା ଉପେନ୍ଦ୍ର ଭଞ୍ଜ, ଅଷ୍ଟମୀ ପାତ୍ର, ସୁବିଲ କୁମାର ପ୍ରଧାନ ଓ ତେମିୟ ରଞ୍ଜନ ପ୍ରଧାନ ସେଠାକୁ ପହଞ୍ଚି ଉକ୍ତ ନାବାଳିକା କୁ ଉଦ୍ଧାର କରିଥିଲେ।
ଉଦ୍ଧାର ସମୟରେ ଚାଇଲ୍ଡଲାଇନ କର୍ମକର୍ତ୍ତା ଉପେନ୍ଦ୍ର ଭଞ୍ଜ ଜାଣିବାକୁ ପାଇଥିଲେ ଯେ ନାବାଳିକା ଜଣକ ଗର୍ଭବତୀ ଅଛନ୍ତି ବୋଲି। ପଚରାଉଚୁରା ରୁ ଜଣା ପଡ଼ିଲା କି ସେ ଝିଅଟି ବାହାଡାପୋଷି ଅଞ୍ଚଳର ତାକୁ ସେଠାରୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତି ରେ ଉପସ୍ଥାପନ କରି ବର୍ତ୍ତମାନ ଶିଶୁ ଗୃହରେ ଆଶ୍ରୟ ଦିଆଯାଇଛି। ଚାଇଲ୍ଡଲାଇନ ତତଫରୁ ଦେବଗଡ଼ ଥାନା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ରେ ଏକ ମକଦ୍ଦମା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରହିଛି।
Sign in
Sign in
Recover your password.
A password will be e-mailed to you.