ଆମ ଆଦମୀ ପାର୍ଟି ବିଜୁଳି ଆନ୍ଦୋଳନ ଦସ୍ତଖତ ଅଭିଯାନ

0 1

ଜଗତସିଂହପୁର, /ସୁମନ୍ତ କୁମାର ଦାସ:  ଆମ୍ ଆଦମୀ ପାର୍ଟି ଜଗତସିଂହପୁର ତରଫରୁ ବିଜୁଳି ଆନ୍ଦୋଳନର ଦସ୍ତଖତ ଅଭିଯାନ ଜଗତସିଂହପୁର ପୌର ପରିଷଦର ଗାନ୍ଧୀ ଛକରୁ ସକାଳ ୮ଟା ରୁ ଆରମ୍ଭ ହେଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି ଅଭିଯାନରେ ଜିଲ୍ଲା ଆବାହକ ଅନୁପମା ସେଠୀ, ରାଜ୍ୟ ଯୁବ ସଭାପତି ସୋମନାଥ ରାଉତ, ମନୋରଞ୍ଜନ ମହାପାତ୍ର, ଦିବାକର ସ୍ୱାଇଁ, ଶେଖ ଇନସାର ଉଦ୍ଦିନ, କାହ୍ନୁ ଚରଣ ମହାପାତ୍ର ଏଵଂ ବିଶ୍ୱଜିତ ମଲ୍ଲ ଉପସ୍ଥିତ ଥିଲେ।ଅପରାହ୍ନ ୩ଟା ରେ ଜିଲ୍ଲା ଆବାହକଙ୍କ ସଭାପତିତ୍ବରେ ଜିଲ୍ଲାରେ ଚାଲିଥିବା ଦସ୍ତଖତ ଅଭିଯାନର ଏକ ରିଭ୍ୟୁ ମିଟିଂ ଅନୁଷ୍ଠିତ ହେଇଥିଲା। ଏହି ମିଟିଂରେ ଜିଲ୍ଲାରେ ଦସ୍ତଖତ ଅଭିଯାନର ଅଗ୍ରଗତି ସମ୍ପର୍କରେ ଆଲୋଚନା ହେଇଥିଲା।ବ୍ଲକ ସଂଯୋଜକ ମାନେ ନିଜ ନିଜ ଅଞ୍ଚଳରେ ହେଇଥିବା କାମକୁ ଉପସ୍ଥାପନ କରିବା ସହିତ ସାଙ୍ଗରେ ଆଣିଥିବା ଦାବିପତ୍ରକୁ ଜମା କରିଥିଲେ। କିଛି ବ୍ଲକରେ ଅଭିଯାନର ଧୀର ଗତିର କାରଣ ଗୁଡ଼ିକର ସମୀକ୍ଷା କରାଯାଇ ଅଭିଯାନର ବେଗକୁ ବଢ଼ାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହି ମିଟିଂରେ ଜିଲ୍ଲା ଆବାହକ, ବ୍ଲକ ଓ ପୌର ସଂଯୋଜକ ଏଵଂ ପଞ୍ଚାୟତ ସଂଯୋଜକ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.