କାଶୀପୁର ରୁ ବୈକୁଣ୍ଠ ଦୁରିଆ:ଅଗ୍ରଗାମୀ, କାଶୀପୁରଙ୍କ ଆନୁକୂଲ୍ୟରେ କାଶୀପୁର ବ୍ଳକର ମଲ୍ଲିଝରଣ ସ୍ଥିତର ସେଟାର ତାଲିମ କେନ୍ଦ୍ରରେ ’’ପଣସ ପ୍ରକ୍ରିୟାକରଣ’କୁ ନେଇ ୧୨.୫ ରୁ ୧୭.୫. ପାଞ୍ଚ ଦିନିଆ ତାଲିମ ଦାତାଙ୍କ ନିମନ୍ତେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା। ଏହି ତାଲିମ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗଆ ବ୍ଳକ, ରାୟଗଡ଼ ଜିଲ୍ଲାର ରାୟଗଡ଼ା ଓ କାଶୀପୁର ବ୍ଳକ, ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି ବ୍ଳକ ଓ କୋରାପୁଟର ଦଶମନ୍ତପୁର ବ୍ଳକର ମାଆମାନେ ଅଂଶଗ୍ରହଣ କରି ପଣସରେ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ କିପରି ପ୍ରସ୍ତୁତ କରିବେ, ସେ ସମ୍ପର୍କରେ ତାଲିମ ଗ୍ରହଣ କରିଥିଲେ ।
ସ୍ୱୟଂ ସହାୟକ ଗୋଷ୍ଠୀର ମାଆମାନଙ୍କୁ ନେଇ ଏହି ତାଲିମଦାତାଙ୍କ ନିମନ୍ତେ ତାଲିମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଅଗ୍ରଗାମୀର ନିର୍ଦ୍ଦେଶକ ଶ୍ରୀ ଅଚ୍ୟୁତ ଦାସ କେରଳ, ତାଲିମନାଡ଼ୁ ଆଦି ରାଜ୍ୟମାନଙ୍କରେ , ପଣସକୁ ନେଇ କିପରି ପ୍ରକ୍ରିୟାକରଣ କରି ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ଆୟ ବୃଦ୍ଧି କିପରି କରିଛନ୍ତି, ସେ ସମ୍ପର୍କରେ ମନ୍ତବ୍ୟ ରଖିଥିଲେ । ଓଡ଼ିଶାର ଆଦିବାସୀ ଅଂଚଳରେ ପଣସ ବହୁଳ ଭାବରେ ଉତ୍ପାଦନ ହେଉଥିବାରୁ ଏହାର ପ୍ରକ୍ରିୟାକରଣ ଶିଖି ଏଥିରୁ ବିଭିନ୍ନ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି କରି ବଜାର ବ୍ୟବସ୍ଥା କରିବା ପାଇଁ ଆହ୍ବାନ ଦେଇଥିଲେ ।
ଏହି ତାଲିମ କାର୍ଯ୍ୟକ୍ରମକୁ ଅନୁଗୁଳ ଜିଲ୍ଳାର ତାଳଚେର ସ୍ଥିତ ସୋସିଆଲ ଡ଼୍ୟାଭ୍ଲାପମେଣ୍ଟ ଅର୍ଗାନାଇଜେସନର ତରଫରୁ ତାଲିମ ପ୍ରଦାନ କରାଯାଇଥିଲା ଏବଂ ଏହି ତାଲିମ କାର୍ଯ୍ୟକ୍ରମର ନେତୃତ୍ଵ ନେଇଥିଲେ ଶ୍ରୀ ବୁଦ୍ଧଦେବ ଦାସ ଏବଂ ତାଙ୍କର ସହକର୍ମୀ । ଏହି ପାଞ୍ଚଦିନିଆ ତାଲିମ ଶିବିରରେ ମାଆମାନେ ପଣସରେ ପାପଡ଼, ବଡ଼ି, ବିରିଆନି, ପକୋଡ଼ା, ପରି ବିଭିନ୍ନ ସ୍ୱାଦିଷ୍ଟ ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି ସହିତ ପଣସକୁ କିପରି ବହୁଦିନ ପର୍ଯ୍ୟନ୍ତ ସଂରକ୍ଷଣ କରି ରଖାଯାଇପାରିବ, ଏହିପରି ବିଭିନ୍ନ ବିଷୟରେ ତାଲିମ ଦେଇଥିଲେ । । ଏହି ତାଲିମ କାର୍ଯ୍ୟ କ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା : ସ୍ୱୟଂ ସହାୟକ ଦଳ ତଥା ଆଦିବାସୀ ଅଂଚଳର ତଥା ପଛୁଆ ବର୍ଗର ମାଆମାନଙ୍କ ଦ୍ୱାରା ପଣସକୁ କିପରି ମୁଲ୍ୟଯୁକ୍ତ କରିବା ଏବଂ ଏହାକୁ କିପରି ସ୍ୱାଦିଷ୍ଟ ଭାବରେ ପ୍ରକିୟାକରଣ କରିବା ଯାହା ଦ୍ୱାରା କି ଏହାକୁ ବିକ୍ରୀ ଓ ପ୍ରକ୍ରିୟାକରଣ କରି ଏହାକୁ ମୁଲ୍ୟଯୁକ୍ତ କରାଯାଇାପରିବ । ଏହାକୁ ସ୍ୱାଦିଷ୍ଟ ପୁଷ୍ଟିକର ଖାଦ୍ୟ ଭାବରେ ବ୍ୟବହାର କରାଯିବା ସହିତ ବ୍ୟବସାୟ ଭିତ୍ତିରେ ମଧ୍ୟ ରୋଜଗାର କରିହେବ ।
ତାଲିମ ନେଇଥିବା ମାଆମାନେ ସେମାନଙ୍କ ଅଂଚଳକୁ ଯାଇ ପୁଣିଥରେ ସେମାନଙ୍କର ଅଂଚଳର ମାଆମାନଙ୍କୁ ପଣସର ପ୍ରକ୍ରିୟାକରଣ ସମ୍ପର୍କରେ ତାଲିମ ଦେବା ପାଇଁ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଅଚ୍ୟୁତ ଦାସ ଆହ୍ବାନ ଦେଇଥିଲେ । ପଣସର ପ୍ରକ୍ରିୟାକରଣ ଦ୍ୱାରା ମାଆମାନଙ୍କର ତଥା ସ୍ୱୟଂ ସହାୟକ ଦଳଗୁଡ଼ିକ ଆୟ ବୃଦ୍ଧି ହେବାର ସହାୟକ ହୋଇପାରିବ ବୋଲି ତାଲିମଦାତା ଶ୍ରୀ ବୃଦ୍ଧଦେବ ଦାସ ଆଶା ପ୍ରକାଶ କରିଥିଲେ ।
Sign in
Sign in
Recover your password.
A password will be e-mailed to you.