ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ତ ନେହେରୁ ଯୁବ କେନ୍ଦ୍ର ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସର ପ୍ରସ୍ତୁତି ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।
ଜୁନ ୨୧ ତାରିଖରେ ଆନ୍ତର୍ଜାତୀୟ ଯୋଗ ଦିବସର ପାଳନ କରାଯାଉଛି କିନ୍ତୁ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଦ୍ବାରା ଏକ ନିଆରା ପ୍ରୟାସ ଯେ ସାରା ଭାରତରେ ମଇ ୧୫ ତାରିଖ ଠାରୁ ୧୦୦ ଦିନ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ଯୋଗ ଅଭ୍ୟାସ କରାଯିବ ଏବଂ ଜୁନ ୨୧ ତାରିଖରେ ମାଶ୍ ୟୋଗା କାର୍ଯ୍ୟକ୍ରମ କରାଯିବ। ଏହି ଉପଲକ୍ଷେ ଗଜପତି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।
ଜିଲ୍ଲାର କାଶିନଗର , ଗମ୍ମା , ରାୟଗଡରେ ନେହେରୁ ଯୁବ କେନ୍ଦ୍ରର ସ୍ଥାନୀୟ ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ନେହେରୁ ଯୁବ କେନ୍ଦ୍ରରେ ଜଡିତ ଯୁବକ ସଂଘ ମାନଙ୍କ ଦ୍ୱାରା କାଶିନଗର , ଗମ୍ମା , ରାୟଗଡ ବ୍ଳକର ମୁଖ୍ୟ ପଞ୍ଚାୟତ ଓ ଗ୍ରାମ ମାନଙ୍କ ମଧ୍ୟରେ ଏହି ଯୋଗ କାର୍ଯ୍ୟକ୍ରମ ଚାଲିଛି।
ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ର ପାଇଥିବା ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମଟି ଆଜି ଠାରୁ ଆରମ୍ଭ ହୋଇ ୧୦୦ ଦିନ ଅର୍ଥାତ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ଏବଂ ଜୁନ ୨୧ ତାରିଖରେ ଜିଲ୍ଲା ସ୍ତରୀୟ ଯୋଗ କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post