ଶ୍ରୀ ନୃସିଂହ ଚତୁର୍ଦ୍ଦଶୀ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କାରଣ ସାହି ସ୍ଥିତ ଶ୍ରୀ ନୃସିଂହନାଥ ମନ୍ଦିରର ନୃସିଂହ ଚତୁର୍ଦ୍ଦଶୀ ମହାସମାରହରେ ପାଳିତ ହୋଇ ଯାଇଛି ।
ଏହି ଉପଲକ୍ଷେ ପ୍ରାତଃ ସମୟରୁ ପ୍ରଭୁ ନୃସିଂହନାଥଙ୍କୁ ରୀତିନୀତି ଅନୁଯାୟୀ ଅଭିଷେକ କରାଯାଇଥିଲା।
ସନ୍ଧ୍ୟା ସମୟରେ ଠାକୁରଙ୍କୁ ମନ୍ଦିରରେ ଜନ୍ମର ଆୟୋଜନ କରାଯାଇଥିଲା। ପାରଳାଖେମୁଣ୍ଡି ସହରରେ ଏକମାତ୍ର ନୃସିଂହ ମଠ ଥିବାଯୋଗୁଁ ସକାଳ ଠାରୁ ରାତ୍ର ପର୍ଯ୍ୟନ୍ତ ଦୀପ , ଭୋଗ , ପଣା , ଆରତୀ ଆଦି ଭୋଗ ଲଗାଇବା ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡି ଲାଗିରହିଥିଲା।
ମଠର ମହନ୍ତ ଶ୍ରୀମହନ ମଦନ ମୋହନ ଦାସ ଜୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିରର ବାବା ମଧୁସୁଧନ ଦାସଜୀ ପୂଜକ ନାରାୟଣ ଦାସ ପ୍ରମୁଖ ପରିଚାଳନା କରିଥିଲେ।

Leave A Reply

Your email address will not be published.