ମୋହନା ବ୍ଲକ ଗସ୍ତରେ ଜାତୀୟ ମନିଟରିଂ ଟିମ୍

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାକୁ ଜାତୀୟ ମନିଟରିଂ ଟିମ୍ ଲିଡରଙ୍କ ୬ ଦିନିଆ ଗସ୍ତରେ ଆସି ଶନିବାର ଓ ରବିବାର ମୋହନା ବ୍ଲକର ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରିଛନ୍ତି। ଜାତୀୟ ମନିଟାରୀ ଟିମ ଲିଡର ଡ. ଏସ.ଦୟାକର ରେଡ୍ଡୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି। ବିଶେଷ କରି ଗଜପତି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ନିର୍ମାଣଧିନ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ପୋଖରୀ , ରୁରାଲ ହାଉସିଂ, ଜଙ୍ଗଲ ବିଭାଗ ତରଫରୁ କରାଯାଇଥିବା ଚାରା ରୋପଣ , ଚେକଡେମ , ମନରେଗା କାମ , ପଥରପେଚିଂ, କାଜୁ ବନୀକରଣ ଆଦି ଏହି ସବୁ ଉନ୍ନୟନ ଯୋଜନା ଗୁଡିକ ବୁଲି ଦେଖିବା ସହ ବିରିକୋଟ , କର୍ଚ୍ଚବାଡ଼ି , ଲିଲିଗଡ ଆଦି ଗ୍ରାମ ପଞ୍ଚାୟତ ପରିଦର୍ଶନ କରିଥିଲେ।
ଏହି ସମୟରେ ହିତାଧିକାରୀ ମାନଙ୍କ ଜର୍ବ କାର୍ଡ , ବ୍ୟାଙ୍କ ପାସବୁକ , ମନରେଗା କାର୍ଯ୍ୟ ସବୁ ତଦାରଖ କରିଥିଲେ। ଜାତୀୟ ମନିଟାରୀ ଟିମ ଲିଡରଙ୍କ ଏହି ଗସ୍ତ ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକଙ୍କ ସହ ବିଡ଼ିଓ ତପସ୍ପିନୀ ହାଁସଦା , ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଖଗେଶ୍ଵର ଭୂୟାଁ , ସରପଞ୍ଚ , ସମିତି ସଭ୍ୟ , ଗ୍ରାମ ରୋଜଗାର ସେବକଙ୍କ ସମେତ ମନରେଗା ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.