ବଲାଙ୍ଗୀର: ଦେଶରେ ଅହେତୁକ ଭାବେ ପେଟ୍ରୋଲ, ଡିଜେଲ,ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ଦୃତ ଗତିରେ ବୃଦ୍ଧି ପାଉଛି। ଏନେଇ ବଲାଙ୍ଗୀର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ଏକ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଦରଦାମ ବୃଦ୍ଧି ହେବା ଫଳରେ ସାଧାରଣ ବର୍ଗର ଲୋକେ ନାହିଁ ନ ଥିବା ଅଶୁବିଧା ର ସମ୍ମୁଖୀନ ହେଉଛନ୍ତି।ଏସବୁକୁ ଆଖୀ ଆଗରେ ରଖି ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଏହାର ତୀବ୍ର ବିରୋଧ କରାଯାଇ ରବିବାର ଦିନ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ସହିତ ଛାତ୍ର କଂଗ୍ରେସ ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ଚେତେଇ ଦିଆ ଯାଇଛି ଯେ ଯଥା ଶୀଘ୍ର ଯଦି ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସ ଉପରୁ ତାଙ୍କ ଟିକସ ହ୍ରାସ ନ କରିବେ ତାହେଲେ ଆଗାମୀ ଦିନରେ ଛାତ୍ର କଂଗ୍ରେସ ଏହି ଆନ୍ଦୋଳନ କୁ ଆହୁରି ତୀବ୍ରତର କରିବ।ଏହି ବିକ୍ଷୋଭ ରେ ବଲାଙ୍ଗୀର ନଗର କଂଗ୍ରେସ ସଭାପତି ବୁଲୁ ଦାନୀ,ଜିଲ୍ଲା କଂଗ୍ରେସ କମିଟି ଉପ-ସଭାପତି ମନୀଷ ମିଶ୍ର,ସନ୍ତକ ବୋହିଦାର,ଜିଲ୍ଲା ସେବାଦଲ ମୁଖ୍ୟ ଅସିତ ମିଶ୍ର,ଜିଲ୍ଲା କଂଗ୍ରେସ କମିଟି କୋସାଧକ୍ଷ ଜୁଲୁ ପଟ୍ଟନାୟକ, ଜିଲ୍ଲା କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର,ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ମୁଖ୍ୟ ଅଜୟ ବାଲି, ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ସଞ୍ଜୟ ମିଶ୍ର,ଜିଲ୍ଲା ଛାତ୍ର କଂଗ୍ରେସ କମିଟି ଉପ-ସଭାପତି ନିରଞ୍ଜନ ମିଶ୍ର,ଟୁଲୁ ସେନ,ଜିଲ୍ଲା ଛାତ୍ର କଂଗ୍ରେସ କମିଟି ମୁଖପାତ୍ର ନୀତିଶ ପଧାନ,ଜିଲ୍ଲା ଛାତ୍ର କଂଗ୍ରେସ କମିଟି ସାମାଜିକ ଗଣମାଧ୍ୟମ ମୁଖ୍ୟ ସୁଜିତ କୁମ୍ଭାର,ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ର କଂଗ୍ରେସ କମିଟି ସଭାପତି ଶୁଭେନ୍ଦୁ ସାହୁ,ଉପ-ସଭାପତି ଅଞ୍ଚଳ ପଣ୍ଡା,ଛାତ୍ର ନେତା ଅଭିନାଶ ବେହେରା,ଶଙ୍କର ବିଶି,ସରୋଜ ସାହୁ, ଅଂଶୁମାନ ମିଶ୍ର,ଗୌରଭ ଶର୍ମା,ଓଁମ ନାୟକ,ନିଖିଳ ସୁନା,ନିକୁ କୁମ୍ଭାର,ନରେନ୍ଦ୍ର ବେହେରା,ଲୋପନ ମିଶ୍ର,ନାସିର ଖାନ, ଆଶ୍ୱିନ ରାଉତ,ଅଭିନାଶ ବେହେରା,ମଧୁ ନାଗ, କିରଣ ସେଠ,ଜୟନାରାୟନ ବୋହିଦାର,ସୁମନ୍ତ ବିଭାର,ପ୍ରଦୋଷ ପାଣିଗ୍ରାହୀ,ଆଲୋକ ଜେମ୍ସ,ଜିତୁ ମାନହୀରା,ମୌସମ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post