ନିଆରା ଢଙ୍ଗରେ ମହାଆଡ଼ମ୍ବର ସହ ପାଳିତ ହେବାକୁ ଯାଉଛି ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଚନ୍ଦନ ଯାତ୍ରା ଉତ୍ସବ

0

‘ମାହାଙ୍ଗା ମହୋତ୍ସବ’ ନାମରେ ପାଳନ କରାଯିବା ପାଇଁ ପ୍ରସ୍ତୁତି ବୈଠକ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ଗ୍ରାମପଂଚାୟତ ପ୍ରସିଦ୍ଧ ବ୍ରହ୍ମକ୍ଷେତ୍ର ପୀଠରେ ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଚନ୍ଦନ ଯାତ୍ରା ଉତ୍ସବ ର ଶେଷ ୫ଦିନ ଅର୍ଥାତ ମେ ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରାକୁ ମହାଆଡ଼ମ୍ବର ସହକାରେ ପାଳନ କରାଯିବା ପାଇଁ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରସ୍ତୁତି ବୈଠକ ସୁକରପଡ଼ା ଡ଼ାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ଶ୍ରୀ ଜେନା ସବୁବେଳେ ସବୁ ସମୟରେ ବ୍ରହ୍ମକ୍ଷେତ୍ର ପୀଠ ର ବିକାଶ ପାଇଁ ଯଥା-ନବକଳେବର ଠାରୁ ଆରମ୍ଭ କରି , ଉଜ୍ଜଳ ଆଲୋକୀକରଣ, ମନ୍ଦିର ଉନ୍ନତିକରଣ, ରଥଦାଣ୍ଡ ପ୍ରଶସ୍ତିକରଣ ଓ ମନ୍ଦିରକୁ ନୂଆ ରଙ୍ଗରେ ରଙ୍ଗ କରାଯିବା ଭଳି ବିକାଶମୂଳକ କାର୍ଯ୍ୟ କରିଆସିଛନ୍ତିି ଯାହାକି ଜଗନ୍ନାଥ ପ୍ରେମୀ ଭକ୍ତମାନଙ୍କୁ ବେଶ ଆକୃଷ୍ଟ କରିପାରିଛି । ସେହିପରି ଭାବେ ମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ଆଗାମୀ ୧୯ ରୁ ୨୩ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ‘ମାହାଙ୍ଗା ମହୋତ୍ସବ’ କାର୍ଯ୍ୟକ୍ରମରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଯଥା ଓଡ଼ିଶୀ ନୃତ୍ୟ, ସଂଗୀତ, ଓରମାସ ଷ୍ଟଲ , ବିଭିନ୍ନ ପ୍ରକାର ଚରକି ମାନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ କରାଯିବା ଯାହାପାଇଁ ଆଜି ପଂଚାୟତିରାଜ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ବ୍ରହ୍ମକ୍ଷେତ୍ର ପୀଠକୁ ଆସି ଜାଗା ପରିଦର୍ଶନ କରି ଫେରିଯାଇଛନ୍ତି । ଅପରାହ୍ନରେ ଏହି ମାହାଙ୍ଗା ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହ କରାଯିବା ପାଇଁ ମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା,ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି,ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଉମାଶଙ୍କର ବିଶ୍ୱାଳ,ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର,ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ମନୋଜ କୁମାର ସେଠୀ,ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଟ୍ରଷ୍ଟି ଧିରେନ୍ଦ୍ରନାଥ ବେହେରା, ସମାଜସେବୀ ବ୍ରଜମୋହନ ପଣ୍ଡା,ସରପଂଚ ତିଳୋତମା ରାଉତ, ଯୁବନେତା ଜ୍ଞାନରଂଜନ ରାଉତଙ୍କ ସମେତ ବହୁ ଆଗଧାଡ଼ିର ନେତୃବୃନ୍ଦ, ଜିଲ୍ଲାପରିଷଦ ସଭ୍ୟ, ସରପଂଚ , ସମିତିସଭ୍ୟ , ଯୁବନେତାମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ସୁକରପଡ଼ା ଡ଼ାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମସ୍ତ ଆଗଧାଡ଼ିର ନେତୃବୃନ୍ଦ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିବା ସହ କିଭଳି ଏହି ମାହାଙ୍ଗା ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହ ମହାଆଡ଼ମ୍ବର ସହ କରାଯିବ ସେ ନେଇ ବିଶେଷ ଭାବେ ଆଲୋଚନା କରିଥିଲେ ।

Leave A Reply

Your email address will not be published.