ଭୁବନେଶ୍ୱର: ସୋଆ ବିଶ୍ୱବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଆଇଟିଇଆରର ଡିପାର୍ଟମେଂଟ ଅଫ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ଗ୍ରୁପ୍ ଚାମ୍ପିଅନ ହୋଇଥିବାବେଳେ ଆଇଏମ୍ଏସ୍ ରନର୍ସ ଅପ୍ ହୋଇଛି । ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ପ୍ରୋଭିସି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ କ୍ରୀଡା ଅଧିକାରୀ ଶ୍ରୀମତି ସୁନୀତା ବର୍ମା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ । କନିଷ୍ଠ କ୍ରୀଡାଧିକାରୀ ପ୍ରିୟମ ମଲ୍ଲିକ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ବାଳକ ଭଲିବଲରେ ଆଇଏମ୍ଏସ୍, ମହିଳା ବାସ୍କେଟବଲରେ ଆଇଟିଇଆର (ସିଏସ୍ଇ), ବାଳକ କବାଡିରେ ଆଇଟିଇଆର (ସିଏସ୍ଇ), ମହିଳା କବାଡିରେ ଆଇଟିଇଆର, ପୁରୁଷ କ୍ରିକେଟରେ ଏମ୍ସିଏ, ମହିଳା କ୍ରିକେଟରେ ଆଇଏମ୍ଏସ୍, ଚେସ୍ରେ ଅଂଶୁମାନ ପୂଜାରୀ, ଟେବୁଲ ଟେନିସରେ ଅବିନାଶ ତ୍ରିପାଠୀ, ମହିଳା ଟେବୁଲ୍ ଟେନିସ୍ରେ ପାୟଲ ପାଣି, ପୁରୁଷ ଲନ୍ ଟେନିସ୍ରେ ବି. ନିପୁନ କୁମାର, ମହିଳାରେ ଅଙ୍କିତା ପଣ୍ଡା ଏବଂ ମହିଳା ଥ୍ରୋ ବଲରେ ଏସ୍ଏନ୍ସି ଚାମ୍ପିଅନ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.