ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ) ଯଶସ୍ବୀ ପୁରୁଷ ପଦ୍ମଶ୍ରୀ ରଜତ କରଙ୍କ ସ୍ମୁତିରେ ମାହାଙ୍ଗା ବ୍ଲକ ମୂଳବସନ୍ତ ପଞ୍ଚାୟତରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।
ପଦ୍ମଶ୍ରୀ ଡକ୍ଟର ରଜତ କୁମାର କରଙ୍କ ଦେହାନ୍ତରେ ଜନ୍ମମାଟି ମାହାଙ୍ଗାରେ ଶୋକର ଛାୟା ଖେଳିଯାଇଥିବା ବେଳେ, ଓଡ଼ିଆ ଜାତି ଜଣେ ଯୋଗଜନ୍ମା ପୁରୁଷଙ୍କୁ ହରାଇଲା ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଥିଲେ । ଓଡ଼ିଆ ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଗୀତିକାର ବିଶ୍ୱେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମାହାଙ୍ଗା ବ୍ଲକ ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରଜତ କରଙ୍କ ଭଳି ଯୋଗଜନ୍ମା ପୁରୁଷଙ୍କ ପାଇଁ ଓଡ଼ିଆ ଜାତି ଗର୍ବିତ ବୋଲି କହିଥିଲେ ।
ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଅଖିଳେଶ ମହାନ୍ତି କହିଲେ ବାଗ୍ମୀ ରଜତ କର ମାହାଙ୍ଗା ମାଟିର ବିସ୍ମୟ ପୁରୁଷ । ଜଗନ୍ନାଥ ସଂସ୍କୃତି ଏବଂ ଭଞ୍ଜ ସାହିତ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ସ୍ବର୍ଗତ ରଜତ କରଙ୍କ ଜୀବନବ୍ୟାପି ଅତୁଳନୀୟ ସାଧନା ଓ ତ୍ୟାଗ କେବେବି’ ବ୍ୟର୍ଥ ଯିବନି ।
ପ୍ରଜ୍ଞା ପୁରୁଷ ସ୍ବର୍ଗତ କରଙ୍କ ସ୍ମୁତି ଚାରଣ କାର୍ଯ୍ୟକ୍ରମରେ ସ୍ଥାନୀୟ ଜିଲାପରିଷଦ ସଭ୍ୟ ରିଆଜୁଲ ହୋଦା,ମୂଳବସନ୍ତ ସରପଞ୍ଚ ଅନ୍ନପୂର୍ଣ୍ଣା କର, ଇଞ୍ଜିନିଅର ଜିତେନ୍ ରାଉତରାୟ, କବି ପ୍ରଶାନ୍ତ କୁମାର କର,ସାମାଜିକକର୍ମୀ ପ୍ରଶାନ୍ତ ପଟ୍ଟନାୟକ, ପୂର୍ବତନ ସରପଞ୍ଚ ଭ୍ରମରବର ରାଉତରାୟ, ପ୍ରମୁଖ ଯୋଗଦେଇ ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବାସହ ପଦ୍ମଶ୍ରୀ କରଙ୍କ ବହୁମୁଖୀ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସଂଗଠକ ଶୁଭେନ୍ଦୁ ସାମଲ କବି ଧନେଶ୍ୱର ପ୍ରଧାନ, ଉମେଶ ସାହୁ, ସଚିନ୍ଦ୍ର ସାହୁ, ସୋମନାଥ ସାମଲ, ସାମ୍ବାଦିକ ଅଶୋକ ଦାଶ ଏବଂ ଅରୁଣ ଲେଙ୍କା, ଶ୍ରୀରାମ ସାହୁ, ପ୍ରମୁଖ ଯୋଗଦେଇ ସ୍ବର୍ଗତ କରଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ପଞ୍ଚାୟତର ବହୁ ବୁଦ୍ଧିଜୀବୀ,ନାଏବ ସରପଞ୍ଚ, ୱାର୍ଡ ସଭ୍ୟ ସଭ୍ୟା, ଅଙ୍ଗନବାଡି ଓ ଆଶା କର୍ମୀଙ୍କ ସହ ସ୍ଥାନୀୟ ଗ୍ରାମବାସୀମାନେ ଯୋଗଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.