ସମାଜସେବୀଙ୍କ ଉଦ୍ୟମ କ୍ରମେ କୄତ୍ରିମ ଅଙ୍ଗ ପ୍ରତ୍ୟାରୋପଣର ସୁଯୋଗ ପାଇଲେ ପାଞ୍ଚ ଜଣ ଯୁବକ ।

0

ପଦ୍ମପୁର- ପଦ୍ମପୁର ଅଞ୍ଚଳର ପାଞ୍ଚ ଜଣଙ୍କୁ କୄତ୍ରିମ ଅଙ୍ଗ ପ୍ରତ୍ୟାରୋପଣ କରାଇଲେ ଯୁବ ସମାଜସେବୀ । ମାରଓ୍ବାଡି ଯୁବାମଞ୍ଚ ଓ ଜାଗୄତି ଶାଖା ଖରିଆରରୋଡ଼ ପକ୍ଷରୁ ନିଃଶୁଳ୍କ କୄତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଅନୁଷ୍ଠିତ ହୋଇଥିଲା ।ପଦ୍ମପୁର ଅଞ୍ଚଳର ପାଞ୍ଚ ଜଣ ଯୁବକଙ୍କୁ ମାନବାଧିକାର କମିଶନ ଜିଲ୍ଲା ସଭାପତି ନବୁ ଅଗ୍ରୱାଲ ନିଜସ୍ୱ ଉଦ୍ୟମ ତଥା ନିଜସ୍ୱ ଖର୍ଚ୍ଚରେ ଏହି ଶିବିରକୁ ପଠାଇ ନୂତନ କୄତ୍ରିମ ଅଙ୍ଗ ପ୍ରତ୍ୟାରୋପଣ କରାଇଥିଲେ । କୄତ୍ରିମ ଅଙ୍ଗ ପ୍ରତ୍ୟାରୋପଣର ସୁବିଧା ପାଇଥିବା ବ୍ୟକ୍ତି ମାନେ ହେଲେ ପଦ୍ମପୁରର ରଜନୀ ଭୋଇ, ରବି, ଜମଲାର ଅଲେଖ ବରିହା, ସଞ୍ଜୟ ଅଗସ୍ତି, ସାପଲହରର ମକସିର ସିଂ । ଏହା ସହ ସମସ୍ତଙ୍କୁ ଯିବା ଆସିବାରେ ଦୀନବନ୍ଧୁ କୁମ୍ଭାର,ପୁଷ୍ପାଞ୍ଜଳି କାନୁନଗୋ, ମାଲିକରାମ କୁମ୍ଭାର,ତୁଲାରାମ ବେହେରା ଓ ଫର୍ମାଶିନୀ ସା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.