ଭଞ୍ଜନଗର/ନିଲୁ ବିଷୋୟୀ : ଅପରାଧିକ କାଯ୍ୟକଳାପ କୁ ଦମନ କରିବା ସହ ଅପରାଧୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପାଇଁ ଆଇନ ରେ ରହିଛି। ହେଲେ ଏହାର ଖୋଲାଖୋଲି ଉଲଂଘନ କରି ଭଞ୍ଜନଗର ପୁଲିସ ଏବେ ଚର୍ଚ୍ଚାରେ। ଗତ କିଛି ମାସ ତଳେ କଇଣ୍ଡି ଗ୍ରାମର ସୁକୁମାର ସ୍ବାଇଁ ନାମକ ଜଣେ ଯୁବକକୁ ପୋଲିସ ଅପରାଧିକ କାଯ୍ୟକଳାପ ଯୋଗୁଁ ଉଠାଇ ଆଣି କୋର୍ଟ ଚାଲାଣ ନକରି ଥାନାରେ ଦୀର୍ଘ ୧୨ ରୁ ଉର୍ଦ୍ଧ୍ବ ଦିନ ଧରି ଅଟକ ରଖିଥିଲା । ଘଟଣା କୁ ନେଇ ସୁକୁମାରର ପରିବାର ଲୋକେ ଅଭିଯୋଗ ଆଣିବା ସହ ଥାନାରେ ଧାରଣା ଓ ନାରାବାଜି ଯୋଗୁ ଉତେଜନା ପ୍ରକାଶ ପରେ ପୋଲିସ ସୁକୁମାରକୁ କୋର୍ଟ ଚାଲାଣ କରିଥିଲା। ଗୁରୁବାର ପୁଣି ଥାନାରେ ଜଣେ ହାର୍ଡକୋର ଅଭିଯୁକ୍ତ ଫିନାଇଲ ପିଇ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି ହୋଇଛି। ଅଭିଯୁକ୍ତ ଜଣଙ୍କ ଲଣ୍ଡେଇ ସାହି ଅଂଚଳର ସୁଶାନ୍ତ ସାହୁ (୩୦) ଓରଫ ମିଟୁ ତେଲି। ପରିବାର ଲୋକେ କହିବା ପ୍ରକାରେ ସାତ ଆଠ ଦିନ ପୂର୍ବରୁ ତାଙ୍କୁ ଗିରଫ କରି ଥାନାକୁ ଅଣାଯାଇଥିବା ବେଳେ ତାକୁ କୋର୍ଟ ଚାଲାଣ କରାଯାଇନଥିଲା। ଗୁରୁବାର ସକାଳେ କୌଣସି କାରଣରୁ ମିଟୁ ଥାନା ଭିତରେ ଫିନାଇଲ ପିଇ ଦେଇଥିଲା। ପୋଲିସ ପକ୍ଷରୁ ତାକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ମିଟୁର ଭଉଣୀ ଘଟଣା କୁ ନେଇ ପୋଲିସ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ ଥାନା ରେ ତାଙ୍କୁ କାହାକୁ ଭେଟିବାକୁ ଦିଆଯାଉନଥିଲା। ୮ଦିନ ହେବ ଉଠାଇ ଆଣି ଅଟକ ରଖିବା ସହ କୋର୍ଟ ଚାଲାଣ କରିନଥିଲେ । ଫଳରେ ଅତିଷ୍ଠ ହୋଇ ଥାନା ଭିତରେ ଫିନାଇଲି ପିଇଦେଇ ଆତ୍ମହତ୍ୟା ଉଦ୍ୟମ କରିଛି। ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ମଧ୍ୟ ଭାଇ ପାଖକୁ ପୁଲିସ ଛାଡୁନଥିବା ସେ ଅଭିଯୋଗ ଆଣିଛନ୍ତି। ମେଡ଼ିକାଲ କର୍ତ୍ତୃପକ୍ଷ ଏହାକୁ ଏକ ସାଧାରଣ ପେଟ କଟା କହିଛନ୍ତି। ପୋଲିସ ପକ୍ଷରୁ ମିଟୁ କୁ ଏକ ପୁରୁଣା ୱାରେଣ୍ଟ ଅଭିଯୋଗରେ ଗୁରୁବାର ସକାଳୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କୁହାଯାଇଛି। କିନ୍ତୁ ଫିନାଇଲ ପିଇବା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି କୁ ମେଡ଼ିକାଲ ପରିସରରେ କୌଣସି ପ୍ରତିକ୍ରିୟା ଦିଆଯାଇନି। ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ମିଟୁର ପାଟିରୁ ଫିନାଇଲ ଗନ୍ଧ ବାହାରିବା ଓ ରଙ୍ଗ ପଡିଥିବା ଦେଖିବାକୁ ମିଳିଥିଲା। ତେବେ ଗୁରୁତର ମିଟୁ ଙ୍କ ଭଉଣୀ ଙ୍କ ଅଭିଯୋଗ ଏବଂ ପୋଲିସ ପକ୍ଷରୁ ତାକୁ ଆଜି ସକାଳୁ ଗିରଫ କରାଯିବା କଥା କୁ ନେଇ ପୋଲିସର ଭୂମିକା ସନ୍ଦେହ ଘେରକୁ ଆସିଛି। ଥାନାରେ ନୂତନ ଅଧିକାରୀ ଯୋଗ ଦେବା ପରଠୁ ବିଭିନ୍ନ ସମୟରେ ଅପରାଧି ଓ ନିରୀହ ଲୋକ ଙ୍କୁ ଦୀର୍ଘ ଦିନ ଧରି ଥାନାରେ ଅଟକ ରଖି କୋର୍ଟ ଚାଲାଣ କରାନଯିବା ଭଳି ଅଭିଯୋଗ ହୋଇ ଆସୁଛି। ବିଭାଗୀୟ ଉଛ ପଦସ୍ଥ ଅଧିକାରୀ ଏଭଳି ଘଟଣାର ତଦନ୍ତ କରି ନ୍ୟାୟ ଦେବାକୁ ଅଞ୍ଚଳରେ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.
Prev Post