କାର-ବାଇକ୍ ମୁହାଁମୁହିଁ ଧକ୍କା

0

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଦୁଡୁକାଵାହାଲ ପଞ୍ଚାୟତ କାଳିଆ ପଡା ଘାଟି ପୂର୍ବରୁ କାର ଓ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ ହେଉଛନ୍ତି ଶଙ୍କରଡା ପଞ୍ଚାୟତ ଅନ୍ତର୍ଗତ କୁଟିଂଗୁଡା ଗ୍ରାମର ପୁରସ୍ତମ ମାଣ୍ଡାଗି। ତାଙ୍କର ହାତ ,ପେଟ ଓ ଗଡରେ ଆଘାତ ଲାଗିଛି। କାର ଟି ରାୟଗଡ଼ା ରୁ କାଶିପୁର ଅଭିମୁଖେ ଯାଉଥିବା ବେଳେ ବାଇକ୍ ଵାଲା ଟିକିରି ରୁ କୁଟିଗୁଡା ନିଜ ଘରକୁ ଫେରୁଥିବାବେଳେ କୋୖଣସି କାରଣ ଵସତ ଦୁଇ ଗାଡି ମୁହାଁମୁହିଁ ହେଇଥିଲା ଯାହା ଫଳରେ ବାଇକ୍ ଵାଲା ଛିଟିକି ଯାଇଥିଲା ଓ ବାଇକ୍ କାର ସାମ୍ନା ରେ ଵାଡେଇ ହୋଇଥିଲା । ଏହି ସମୟରେ ସେହି ରାସ୍ତା ଦେଇ କିଛି ଲୋକ ଯାଉଥିବାର ଦେଖି ତୁରନ୍ତ 108 ଆମ୍ବୁଲାନ୍ସ କୁ ଫୋନ୍ କରି ଥିଲେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ବାଇକ୍ ବାଲାକୁ କାର ଡ଼୍ରାଇଭର ତୁରନ୍ତ ଟିକିରି ସ୍ଥିତ ମେଡିକାଲ କୁ ନେଇ ଆସିଥିଲେ । ପ୍ରାଥମିକ ଚିକିତ୍ସା କରାଇଥିଲେ ଏହା ପରେ ମେଡିକାଲ କୁ ଟିକିରି ପୋଲିସ ଆସି ପଚରା ଉଚରା କରୁଥିବା ଦେଖିବାକୁ ମିଳିଛି |

Leave A Reply

Your email address will not be published.