“ପ୍ରଗତି” ମହିଳା ସଙ୍ଗଠନ ଆନୁକୁଲ୍ୟରେ ଆନ୍ତର୍ଜାତିକ ମାତୃ ଦିବସ ଓ ପ୍ରଗତିର ବାର୍ଷିକ ଉତ୍ସବ ପାଳନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : U tec.Computer Education Institute ପରିସରରେ “ପ୍ରଗତି” ମହିଳା ସଙ୍ଗଠନ ଆନୁକୁଲ୍ୟରେ ଆନ୍ତର୍ଜାତିକ ମାତୃ ଦିବସ ପାଳନ ଏବଂ ପ୍ରଗତିର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବର୍ଷୀୟାନ ମହିୟସୀ ମହିଳା ମନୋହରା ବେବର୍ତ୍ତା , ଶଶିରେଖା ମିଶ୍ର , କୁମୁଦିନୀ ପାତ୍ର ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ମାନସୀ ପଣ୍ଡା , ରଞ୍ଜିତା ତ୍ରିପାଠୀ ,କଳ୍ପନା ପଟ୍ଟନାୟକ , ସୁଲନା ଶୁଭଦଶିର୍ନୀ , ଯୋଗ ଦେଇଥିଲେ। ”ମା” ର ଭୂମିକା ସନ୍ତାନ ପାଇଁ ଯୁଗେ ଯୁଗେ ଏକ ସ୍ଵତନ୍ତ୍ର ପରିଚୟ ଆଣିପାରିଛି।ତାର ନିସର୍ତ୍ତ ଭଲପାଇବା ସନ୍ତାନର ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିଥାଏ ବୋଲି ବକ୍ତାମାନେ କହିଥିଲେ।
ମାତଙ୍ଗିନୀ ଗୁରୁ ସ୍ଵାଗତ ସମ୍ଭାଷଣ କରିଥିବା ବେଳେ ପରିଚୟ ପ୍ରଦାନ କରିଥିଲେ ସୁଜାତା ପଣ୍ଡିତ। ମୁଖ୍ୟ ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରିଥିଲେ। ଅନୁଷ୍ଠାନର ସଭାନେତ୍ରୀ ଡି.ପ୍ରିୟଙ୍କା ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦିକା ତନୁଜା ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲେ।
ଏହି ଅବସରରେ ଜ୍ୟୋତ୍ସ୍ନା ପଟ୍ଟନାୟକ , ଗୌରୀ ବେହେରା , ପ୍ରଭାବତୀ ପଟ୍ଟନାୟକ , ସସ୍ମିତା ଗନ୍ତାୟତ , ମହେଶ୍ୱରୀ ମହାରଣା ୫ଜଣ ”ମା” ଙ୍କୁ ସ୍ବତନ୍ତ୍ର ସମ୍ବର୍ଦ୍ଧିତ କରାଯାଇଥିଲା।
ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରେରେ ତର୍କ ଏବଂ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଥିଲା। ଶେଷରେ ଲୋକନାଥ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଲୋକନାଥ ମିଶ୍ର , ମୁରଲୀ ପରିଛା , ନିତ୍ୟାନନ୍ଦ ଚୌଧୁରୀ , ଶାଶ୍ଵତୀ ବେବର୍ତ୍ତା , ଭି.କୁରୁମୁନାଥମ , ସତ୍ୟ ପାଢ଼ୀ , ପ୍ରଫୁଲ୍ଲ ବେବର୍ତ୍ତା , ରଚିତା ମହାନ୍ତି ପରିଚାଳନା କରିଥିଲେ।

Leave A Reply

Your email address will not be published.