ଖୋର୍ଦ୍ଧାରେ ଇଦ ମିଲନ ପର୍ଵରେ ଯୋଗ ଦେଲେ ବହୁ ବିଧାୟକ ଓ ମନ୍ତ୍ରୀ।

0

ଖୋର୍ଦ୍ଧା/ରବି ନାରାୟଣ ସାହୁ : ପବିତ୍ର ରମ ଜାନ ମାସ ଅବସରରେ ଆଞ୍ଜୁମାନ ଇସଲାମିଆ ଓ ଖୋର୍ଦ୍ଧା ନାଗରିକ ମଂଚ ମିଳିତ ସହଯୋଗରେ ଜୟୀ ରାଜଗୁରୁ ଭବନ ଠାରେ ଇଦ ମିଲନ ପର୍ବ ପାଳନ କରାଯାଇଛି ଏହି କାର୍ଯ୍ୟକ୍ରମ ର ପୁରୋଧା ଧା ସଞ୍ଜୟ ପଟ୍ଟନାୟକ, ରମଜାନ ଖାଁ ନେତୃତ୍ୱରେ ମୁଖ୍ୟ ଅତିଥି ଓଡ଼ିଶା ସରକାରଙ୍କ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣି ଗ୍ରାହୀ, ସାଂସଦ ଅପରାଜିତା ଷଢଙ୍ଗି ,ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ,କଟକ ମେୟର ସୁବାସ ସିଂ, ପିପିଲି ଡେଲାଙ୍ଗ ଯୁବ ବିଧାୟକ ରୁଦ୍ର ମହାରଥୀ,ଖୋର୍ଦ୍ଧା ର ବିଧାୟକ ଜିତୁ ମିତ୍ର, ଖଣ୍ଡପଡା ବିଧାୟକ ଓ ସମ୍ବାଦ ର ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକ , କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ,ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକ ଲଷ୍ମୀ ମହାନ୍ତି ,ଦିଲୀପ ଶ୍ରୀଚନ୍ଦନ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଦଳ ବଳ ,ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ମିଳିମିଶି ଭାଇଚାର ସୃଷ୍ଟି କରି ଲୋକ ମାନଙ୍କର ସେବା କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ରହିବା ଓ ନେତା ହୋଇ ନିଜ ମାଟି ପାଇଁ ସଦା ସର୍ବଦା କାମ କରିବା ପାଇଁ ଇଦ ମିଲନ ପର୍ବ ରେ ଆହ୍ୱାନ ଦେଇଥିଲେ ।କାର୍ଯ୍ୟକ୍ରମ ଶେଷରେ ଖୋର୍ଦ୍ଧାର ବରିଷ୍ଠ ଆଇନଜୀବୀ ଶିଶିର କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.