ପ୍ରସନ୍ନ ଦେବ ସେନା ଗଠିତ

0

 ବାସୁଦେବପୁର/ପ୍ରତାପ ପାଢ଼ୀ: ଆଜି ବାସୁଦେବପୁର ସ୍ଥିତ ପ୍ରସନ୍ନ ଦେବ ମନ୍ଦିର ପ୍ରାଙ୍ଗଣ ରେ ଅନେକ ଯୁବ ସମାଜସେବୀ ମାନେ ଏକ ନୂତନ ସେବା ସଂଗଠନ ପ୍ରସନ୍ନ ଦେବ ସେନା ନାମ ରେ ଏକ ନୂତନ କମିଟି ଗଠନ କରାଯାଇଛି। ସମାଜସେବୀ ମଣି କାନ୍ତ ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ବୈଠକ ରେ ସଭାପତି ଭାବରେ ତାପସ କୁମାର ମହାନ୍ତି, ସାଧାରଣ ସମ୍ପାଦକ ଭାବରେ ମନୋରଞ୍ଜନ ପାଢ଼ୀ, ଉପ ସଭାପତି ଭାବରେ ବିକାଶ ମହାନ୍ତି, ଗୋବିନ୍ଦ ଚନ୍ଦ୍ର ପାଢ଼ୀ, ଯୁଗ୍ମ ସମ୍ପାଦକ ଭାବରେ ବିଳ୍ପବ ସେଠୀ, ମନୋଜ ପାଢ଼ୀ, କୋଷାଧ୍ୟକ୍ଷ ଦୀପକ ରଂଜନ ବେହେରା, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭାବରେ ଛ ଜଣ ଙ୍କୁ ସର୍ବସମ୍ମତି ଭାବ ରେ ନିଷ୍ପତି ନିଆଯାଇଛି। ଆଗାମୀ ଦିନରେ ପ୍ରସନ୍ନ ଦେବ ଓ ବଇଦ ନାଥ ଙ୍କ ର ଅନେକ ଉନ୍ନତି ମୂଳକ କାର୍ଯ୍ୟ ସହ ଅନେକ ସାମାଜିକ କାର୍ଯ୍ୟକ୍ରମ କରାଯିବାକୁ ଉଦ୍ୟମ କରାଯିବ ବୋଲି ଉପସ୍ଥିତ ସଦସ୍ୟ ମାନେ ମତ ରଖିଥିଲେ।

Leave A Reply

Your email address will not be published.