ବିଶ୍ୱ ମାତୃ ଦିବସରେ ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ମାତୃ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଗତଜନନୀ ଶ୍ରୀରାଧା ରାଣୀଙ୍କ ଶ୍ରୀଚରଣେ ଶରଣ ହୋଇ ବାଳ ମୁକୁନ୍ଦ କେନ୍ଦ୍ରର ଶିଶୁ ଏବଂ ପୁରୋଧା ହରେ ରାମ କୃଷ୍ଣ ଚୌଧୁରୀଙ୍କ ପୌରହିତରେ ଶ୍ରୀରାସିକରାଜ ମନ୍ଦିର (ପରିଛା ମଠ) ଠାରେ ବିଶ୍ୱ ମାତୃ ଦିବସ ପାଳିତ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥିଭାବେ ଜଗଦଗୁରୁ ଶ୍ରୀକୃପାଳୁ ମହାରାଜଙ୍କ ଅନୁଗାମୀ ତଥା ସତସଙ୍ଗୀ ଜାନକୀ ଚରଣ ବେହେରା ଯୋଗ ଦେଇ ମାତୃ ଶକ୍ତି ବିଷୟରେ ପିଲାମାନଙ୍କୁ ଅବଗତ କରାଇ ମାତା ରାଧା ରାଣୀଙ୍କର ଫୋଟଚିତ୍ର ସହ ନାମ ସଂକୀର୍ତ୍ତନ କରି ବୃନ୍ଦାବତୀଙ୍କ ଚାରିପଟେ ପିଲାମାନଙ୍କ ସହିତ ପରିକ୍ରମା ହୋଇଥିଲା। ଶେଷରେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ମାତୃ ପୂଜନ କରିବା ସହ ପିଲାମାନଙ୍କୁ ଆଜି ଠାରୁ ପ୍ରତିଦିନ ନିଜ ମାତାଙ୍କର ପାଦ ପୂଜନ କରିବା ପାଇଁ ବୁଝାଇଥିଲେ।

Leave A Reply

Your email address will not be published.