ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି।
ଉକ୍ତ ଦିବସରେ ଗ୍ରାମଣୀ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କକ୍ଷ ଠାରେ ଗଜପତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷକତାରେ ଅନୁଷ୍ଠିତ ହୋଯାଇଅଛି। ଆଜି ଆମେ ସମସ୍ତେ ଏକତ୍ରିତ ଜେଆନ ହେନରୀ ଡୁନଣ୍ଟ ପାଇଁ ସେ କେତେଯେ ମହାନ, କଳ୍ପନା କରିହେବ ନାହିଁ। ମାନବିକତା ଜୀବନ ଉପରେ ଚିନ୍ତା କରୁଥିଲେ। ଲୋକଙ୍କ ସାହାଯ୍ୟ ଓ ସହଯୋଗ ସମଗ୍ର ବିଶ୍ୱରେ ସବୁ ପ୍ରକାର ଲୋକଙ୍କୁ ଜଡିତ ହୋଇ ରହୁ ଥିଲେ। ବିଶ୍ୱଶାନ୍ତି ପାଇଁ ରେଡକ୍ରସ କାମ କରି ଆସିଛି ବୋଲି କହିଥିଲେ।
ମୁଖ୍ୟ ଅତିଥି ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଯୋଗଦେଇ ପୃଥିବୀର କୋଣ ଅଣୁକୋଣରେ ରେଡକ୍ରସ କାମ କରୁଛି ବୋଲି କୋଇଥିଲେ। ରେଡ଼କ୍ରସର ଲାଇଫ ମେମ୍ବର ଶ୍ରୀ ଭାରତ ଭୂଷଣ ମହାନ୍ତି ଆଲୋଚନାରେ ଅଂଶ ଗ୍ରହଣ କରି ପ୍ରତି ବର୍ଷ ରେଡ଼କ୍ରସ ସାରା ବିଶ୍ୱରେ , ସାରା ରାଜ୍ୟରେ , ସାରା ଜିଲ୍ଲାରେ ପାଳିତ ହେଉଛି। ଆଜି ସମୟ ଆସିଛି ଏହି ରେଡକ୍ରସ ଲୋକଙ୍କ ପାଖରେ ପଞ୍ଚାଇବା ଦରକାର।
ସେହିପରି ଲାଇଫ ମେମ୍ବର ବସନ୍ତ ପଣ୍ଡା , ଦିଲ୍ଲୀପ ଶତପଥୀ , ପଞ୍ଚାନନ ପାଣିଗ୍ରାହୀ , ସିଦ୍ଧାର୍ଥ ଶଙ୍କର ପାଠୀ , ରେଡ଼କ୍ରସ ଉପରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ , ଶିକ୍ଷକ ଶିକ୍ଷୟିତ୍ରୀ , ବରିଷ୍ଠ ନାଗରିକଏବଂ ସମ୍ବାଦିକ ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ l ଏହି ଦିବସକୁ ଜରୁରୀ କାଳୀନ ଅଧିକାରୀ ପ୍ରଭାସ କୁମାର ବେହୁରା , ପ୍ରଦ୍ୟୁଷ କୁମାର ଶତପଥୀ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.