ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ “ଆକାଂକ୍ଷା” ମହିଳା ସଂଗଠନ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡା ଗ୍ରାମର ଶବର କଲୋନୀ ଠାରେ ମାତୃ ଦିବସ ପାଳିତ ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସଙ୍ଗଠନର ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷା ଶ୍ରୀମତୀ ଅଳକା ସାହୁ ଯୋଗଦେଇ ମାତୃ ଜାତିର ସୁରକ୍ଷା ଓ ଯତ୍ନ ଉପରେ ଆଲୋଚନା କରିଥିଲେ।
ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ଜେନିମା ରଇତ , ଶ୍ରୀମତୀ ଅଞ୍ଜଳି ଗମାଙ୍ଗ ଯୋଗଦେଇ ମାଆର ଶିକ୍ଷା ଓ ସ୍ଵାସ୍ଥ୍ୟର ଯତ୍ନ ଉପରେ ଆଲୋଚନା କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ସ୍ଵାଗତ ଭାଷଣ କରିଥିଲେ। “ଆକାଂକ୍ଷା” ମହିଳା ସଂଗଠନର ସଂପାଦିକା ଶ୍ରୀମତି ମିନା କୁମାରୀ ଟହଲ ମାତୃ ଦିବସର ତାପର୍ଯ୍ୟ ଓ ସନ୍ତାନ ମାନଙ୍କ ପ୍ରତି ମାଆର ତ୍ୟାଗ ସମ୍ପର୍କରେ ବୁଝାଇ କହିଥିଲେ।
ଅନ୍ୟାନ୍ୟ ସଦସ୍ୟ ମାନେ ଯଥା ଶ୍ରୀମତୀ ସୁନୀତା ବେହେରା , ଶ୍ରୀଯୁକ୍ତ ଜୟଦେବ ଗମାଙ୍ଗ , ଭୁସନ୍ୟା ଗମାଙ୍ଗ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା।ସଭାର ଶେଷ ଭାଗରେ ଆଦିବାସୀ ଗୀତ ଓ ନାଚର ଆୟୋଜନ ହୋଇଥିଲା। ଶିଶୁ ମାନଙ୍କ ମଧ୍ୟରେ ମାଆ ଉପରେ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସମସ୍ତ ପ୍ରତିଯୋଗି ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସର୍ବଶେଷରେ ଶ୍ରୀମତୀ ସୁପ୍ରଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.