ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧୁପୁର ଗ୍ରାମ ପଞ୍ଚାୟତ ନବନିର୍ମାଣ କୃଷକ ସଙ୍ଗଠନ ବନ୍ଧୁପୁର କୃଷକ ମଞ୍ଚ ସହଯୋଗ ଏବଂ ଇଫକୋ କୋରଡେଟ ପାରାଦ୍ୱୀପ ପକ୍ଷରୁ ବନ୍ଧୁପୁର ସାହନପୁର ମା ସାଉଁଲେଖା ପୀଠରେ ବହୁ ଚାଷୀମାନଙ୍କୁ ନେଇ ଅଖି ତୃତୀୟା ଓ କୃଷକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇଫକୋ କୋରଡେଟ ପାରାଦ୍ୱୀପ ର ଅଧକ୍ଷ କୁଳମଣି ମାଝୀ, ଉତ୍କଳ କେଶରୀ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ଼ ନିର୍ଦେଶକ ଜୟନ୍ତ କୁମାର ଦାସ, ସଭ୍ୟ ରଶ୍ମିକାନ୍ତ ଦାସ, ନିଶ୍ଚିନ୍ତକୋଇଲି କୃଷି ବିଭାଗ ଆତ୍ମା ରୋଗ ପୋକ ନିରୀକ୍ଷକ ଅରବିନ୍ଦ ସାହୁ, ଯୁବଚାଷୀ ତଥା ବନ୍ଧୁପୁର ସମିତିସଭ୍ୟ ବିଶ୍ୱଜିତ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ଚାଷୀ ମାନଙ୍କୁ ଚାଷ ସଂକ୍ରାନ୍ତୀୟ ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରାଇଥିଲେ । ଏହି କାର୍ଯ୍ୟକ୍ରମ ରେ ଚାଷୀ ରବୀନ୍ଦ୍ର ଓଝା, କଳ୍ପତରୁ ବେହେରା, ସୁବାସ ଚନ୍ଦ୍ର ପୃଷ୍ଟି, କିଶୋର ଚନ୍ଦ୍ର ଓଝା, ବରିଷ୍ଠ ଚାଷୀ କାଶୀନାଥ ପରିଡା, ୱାର୍ଡସଭ୍ୟ ଗଣେଶ୍ୱର ଲେଙ୍କା, ମୁରଲୀଧର ବେହେରା, ପ୍ରମୋଦ କୁମାର ସ୍ୱାଇଁ, ଅଭିରାମ ନାୟକ ପ୍ରମୁଖ ଯୋଗଦାନ କରି ଅଖି ତୃତୀୟା ଅବସରରେ ଅଖି ଉତ୍ସଵ ପାଳନ କରିବା ସହ ଚାଷ କାର୍ଯ୍ୟ କିପରି ସୁଚାର ରୂପେ ସମ୍ପାଦନ ହେବ ସେ ନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସମସ୍ତ ଚାଷୀ ଭାଇ ମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ସମ୍ପର୍ଣ୍ଣ ଭାବେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.