ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଭାଇଚାରା ପରମ୍ପରା ଅନୁଯାୟୀ ଆନନ୍ଦ ଉଲ୍ଲାସର ସହ ଇଦ-ଉଲ-ଫିତର ପାଳିତ ।

0

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ଇଦ-ଉଲ-ଫିତର ପାଳିତ ହୋଇଯାଇଛି । ଏହି ଅବସରରେ କଟକ ଜିଲ୍ଲା ପ୍ରସିଦ୍ଧ ନିଶ୍ଚିନ୍ତକୋଇଲି ବ୍ଲକ ଜୟରାମପୁର ଗ୍ରାମପଞ୍ଚାୟତ ଜାମିଆ ଇସଲାମିଆ ମର୍କଜୁଲ ଉଲୁମ ସୁଙ୍ଗୁଡା ଠାରେ ମୌଲାନା ସୟଦ ନକିବୁଲ ଅମିନ ବର୍କୀ ନମାଜ ପାଠ କରିଥିଲା ବେଳେ ସମସ୍ତ ମୁସଲିମ ସମ୍ପ୍ରଦାୟ ଲୋକେ ଯୋଗଦାନ କରି ନମାଜ ପାଠ କରିବା ସହ ବହୁତ ଧୁମଧାମ ରେ ଇଦ-ଉଲ-ଫିତର ପାଳିତ ହୋଇଯାଇଛି । ପ୍ରକାଶଥାଉକି କଜିଆହାଟ ମସଜିଦ କଟକ ରୁ କେନ୍ଦ୍ରାପଡା ମଧ୍ୟରେ ଏକ ପ୍ରତିଷ୍ଠିତ ମସଜିଦ ଅଟେ । ଇସଲାମ ଧର୍ମର ପ୍ରଥା ପରମ୍ପରା ଅନୁସାରେ ଏଠାରେ ସେମାଙ୍କର ଧର୍ମୀୟ ପରମ୍ପରା ଗୁଡିକ ପାଳନ ହେବା ସମୟରେ, ଅନେକ ମୁସଲମାନ ଭାଇ ମାନେ ଏକାଠି ହୋଇଥାନ୍ତି ଓ ପରମ୍ପରା ଅନୁସାରେ ନମାଜ ପଢିବା ସହିତ ପରସ୍ପର କୁ ଇଦ ମୁବାରକ ଜଣାଇଥାନ୍ତି । କରୋନା କଟକଣା ଯୋଗୁ ଦୁଇ ବର୍ଷ ବ୍ୟବଧାନ ପରେ, ଏହା ପାଳନ ହେଉଥିବାରୁ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ହେଉଛି କି ଏହି ପର୍ବ ଅବସରରେ ଅନେକ ହିନ୍ଦୁ ଭାଇ ମାନଙ୍କୁ ସେମାନେ ନିମଂତ୍ରଣ ଦେଇଥିଲେ, ଓ ସେମାନଙ୍କ ପାଇଁ ସୁସ୍ୱାଦୁ ଭୋଜନ ର ମଧ୍ୟ ବ୍ୟବସ୍ତା କରିଥିଲେ । ତେବେ ଏହି ଭାଇଚାରା ର ପର୍ବ ରେ ମୁସଲିମ ଭାଇ ମାନଙ୍କ ସହ ନିଶ୍ଚିନ୍ତକୋଇଲି ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ଜିଲ୍ଲା ପରିଷଦ ବିପ୍ଳବ କାପ ଙ୍କ ସମେତ ବହୁ ଓଡ଼ିଆ ଭାଇ ମାନେ ଯୋଗଦାନ କରି ଇଦ-ମୁବାରଖ ପାଳନ କରିଥିଲେ ।

Leave A Reply

Your email address will not be published.