ଶ୍ରୀମଦ ଭାଗବତ କଥାଅମୃତରେ ତଲ୍ଲୀନ ହେଲେ ଶ୍ରଦ୍ଧାଳୁ ଭକ୍ତ 

0

ପଦ୍ମପୁର/ନୀଳ ଦୀପ – ସ୍ଥାନୀୟ ମାରୱାଡି ଧର୍ମଶାଳା ପରିସରରେ ପଦ୍ମପୁର ଅଗ୍ରୱାଲ ସମାଜ ଆନୁକୁଲ୍ୟରେ ସପ୍ତାହବ୍ୟାପି ଚାଲିଥିବା ଶ୍ରୀମଦ ଭାଗବତ କଥା ପ୍ରବଚନ ରବିବାର ଦିନ ଉଦଯାପିତ ହୋଇଯାଇଛି  ।  ଶ୍ରଦ୍ଧାଳୁ ଭକ୍ତମାନେ  ଭାଗବତ କଥାଅମୃତରେ ତଲ୍ଲୀନ ହୋଇଯାଇଥିଲେ | ଏହି ଅବସରରେ କଥାକାର ସାଧ୍ୱୀ ରାଧିକା କିଶୋରୀଜୀ ଏବଂ ତାଙ୍କ ସାଥି ବିଭିନ୍ନ ଦିବସରେ ଭାଗବତର ମହାତ୍ମ୍ୟ, ଶୁକଦେବ ଜନ୍ମ, ପରିକ୍ଷୀତ ଶାପ୍ୟ, ଶ୍ରୀକୃଷ୍ନ ଜନ୍ମ, ବାଲ୍ୟ ଲୀଳା, କୃଷ୍ନ ବିବାହ, ସୁଦାମା ଚରିତ୍ର ସମେତ ବିଭିନ୍ନ ଉପାଖ୍ୟାନ ସମ୍ପର୍କରେ ନାଟ୍ୟାଭିନୟ ମାଧ୍ୟମରେ ପ୍ରବଚନ ପ୍ରଦାନ କରିଥିଲେ  । ଏହି ଅବସରରେ ଅଗ୍ରୱାଲ ସମାଜର ସଦସ୍ୟମାନେ ଭିନ୍ନ  ଚରିତ୍ରରେ ସୁନ୍ଦର ଅଭିନୟ କରି ପ୍ରସଂସିତ ହୋଇଥିଲେ  । ଅପରାହ୍ନରେ ଅନ୍ନଭୋଗ ତଥା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା  । 

 

 

 

Leave A Reply

Your email address will not be published.