ଶିଶୁଙ୍କ ବିକାଶରେ ମାତାପିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ 

0

ସରସ୍ୱତୀ ଶିଶୁ ମନ୍ଦିରରେ ଅଭିଭାବକ ସମ୍ମିଳନୀ 

ପଦ୍ମପୁର,(ନୀଳ ଦୀପ )- ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିରର ପ୍ରଥମ ଶ୍ରେଣୀ ଅଭିଭାବକ ଅଭିଭାବିକାମାନଙ୍କ ଏକ ସମ୍ମିଳନୀ ରବିବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ  ହୋଇଯାଇଛି  । ଏହି କାର୍ଯ୍ୟକ୍ରମକୁ ପରିଚାଳନା କମିଟୀ ସମ୍ପାଦକ ଦ୍ୱାଦଶ ପ୍ରଧାନ ଦ୍ୱୀପ ପ୍ରଜ୍ୱଳନ କରି ଉଦଘାଟନ କରିବା ସହିତ ଆଜିକାଲିକା  ଶିଶୁମାନଙ୍କ ଉନ୍ନତି ପାଇଁ ମାତାପିତାଙ୍କ ଭୁମିକା ଉପରେ ଆଲୋକପାତ କରିଥିଲେ  । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପ୍ରଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ଶିଶୁମାନଙ୍କ ଶିକ୍ଷାଦାନ ବ୍ୟବସ୍ଥା ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ  । ଦିବା ପର୍ଯ୍ୟାୟ ପ୍ରମୁଖ ଅଶ୍ୱନୀ କୁମାର ବାରିକ ଉଦ୍ଦେଶ୍ୟ  ଜ୍ଞାପନ କରିଥିବା ବେଳେ ଉପସ୍ଥିତ ଅଭିଭାବକ ଅଭିଭାବିକାମାନଙ୍କୁ ଦୁର୍ବାଦଳ ସାହୁ ଗୁରୁଜୀ ଗଣିତ ବିଷୟ ଶିକ୍ଷାଦାନ, ଲୋପାମୁଦ୍ରା ପୁଜାରୀ ଗୁରୁମା ସାହିତ୍ୟ ଏବଂ ମିନତୀ ପଟ୍ଟନାୟକ ଗୁରୁମା ଇଂରାଜୀ ବିଷୟ ଶିକ୍ଷାଦାନ ଉପରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ  । ଏହି କାର୍ଯ୍ୟକ୍ରମରେ ୮୬ ଜଣ ଅଭିଭାବକ ଅଭିଭାବିକା ଯୋଗ ଦେଇଥିବା ବେଳେ ଦ୍ୱାଦଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ  । 

Leave A Reply

Your email address will not be published.