ବିଶ୍ୱ ଟୀକାକରଣ ସପ୍ତାହ-୨୦୨୨

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ତା. ୨୪ ରୁ ୩୦ ଏପ୍ରିଲ ଶେଷ ସପ୍ତାହରେ ସାମୁହିକ ପଦକ୍ଷେପର ଓ ସମସ୍ତ ବୟସର ଲୋକଙ୍କୁ ରୋଗରୁ ସୁରକ୍ଷିତ ରଖିବା ପାଇଁ ଟୀକାର ବ୍ୟବହାର କୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଲକ୍ଷ୍ୟରେ “ବିଶ୍ୱ ଟୀକାକରଣ ସପ୍ତାହ” ପାଳନ କରାଯାଇଥାଏ ।
ସେହିପରି ଆଜି ଅପରାହ୍ନରେ ‘ପ୍ଲାନ ଇଣ୍ଡିଆ’ ତରଫରୁ ତିର୍ତ୍ତୋଲ ପଞ୍ଚାୟତର ନାଉସିରା ଗ୍ରାମର ଠାକୁରାଣୀ ଖର୍ଦା ଠାରେ ଏକ ଟୀକା କରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ତିର୍ତ୍ତୋଲ ପଞ୍ଚାୟତ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, ସମିତି ସଭ୍ୟ ପ୍ରବୀର ରୟ,ତିର୍ତ୍ତୋଲ ବ୍ଳକର ପ୍ଲାନ ଇଣ୍ଡିଆର ମୁଖ୍ୟ ସ୍ମୃତିରଞନ ଦାଶ,ସମଜସେବୀ ଗୁରୁଦତ୍ତ ପରିଜା ପ୍ରମୁଖ ଯୋଗଦେଇଥିଲେ। ଏହି ଅଞ୍ଚଳର ଜନସାଧାରଣ ଏବଂ ମହିଳା ମାନଙ୍କୁ ଟୀକାକରଣ ଉପରେ ସଚେତନତା କରାଯାଇଥିଲା । ବିଗତ ଦୁଇ ବର୍ଷ ଧରି କିପରି କୋରନା-୧୯ ସହିତ ଆମ୍ଭେମାନେ ଲଢ଼େଇ କରି ଟୀକାକରଣ ଦ୍ୱାରା କେତେକାଂଶରେ ଦୂରରେ ପାରିଛେ ଆଗକୁ କିପରି ସଂପୂର୍ଣ୍ଣ ଟୀକାକରଣ ହୋଇ ଆମର ମୂଲ୍ୟବାନ ଜୀବନ ରକ୍ଷାକରି ପାରିବା ସେଥିପାଇଁ ଆମ୍ଭେମାନେ ସମସ୍ତେ ସଚେତନତା ହେବା ଜରୁରୀ ବୋଲି ତିର୍ତ୍ତୋଲ ବ୍ଲକର ପ୍ଲାନ ଇଣ୍ଡିଆର ମୁଖ୍ୟ ସ୍ମୃତିରଞନ ଦାଶ ତାଙ୍କ ଅଭିଭାଷଣରେ ଜନସାଧାରଣ ମାନଙ୍କୁ ସଚେତନତା କରାଇଥିଲେ। ପରିଶେଷରେ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.