ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ

0

ଖୋର୍ଦ୍ଧା  : ଓଡିଶା ରେ ରକ୍ତ ର ଅଭାବ ଦୂର କରିବା ନିମନ୍ତେ ବିଜୁବାବୁଙ୍କ ସ୍ୱପ୍ନ କୁ ସାକାର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଓଡିଶା ମୋ ପରିବାର, ଜୀବନ ବିନ୍ଦୁ ଆନୁକୂଲ୍ୟରେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଖୋର୍ଦ୍ଧା ପୌରପରିଷଦ 8 ନମ୍ବର ୱାର୍ଡ ର କାଉନସିଲର ସୁଶାନ୍ତ କୁମାର ଜେନା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର ରେ ଖୋର୍ଦ୍ଧା ବିଧାୟକ ଜୋତିରିନ୍ଦ୍ର ନାଥ ମିତ୍ର ,ବେଗୁନିଆ ବୋଲଗଡ଼ ଓ ଯୋଜନା ବୋର୍ଡ ର ଅଦକ୍ଷ ରାଜେନ୍ଦ୍ର କୁମାର ସାହୁ , ଓଡ଼ିଶା ମୋ ପରିବାର, ଜୀବନ ବିନ୍ଦୁ ର ରାଜ୍ୟ ସହ ସଂଯୋଗ ସମୀର ପ୍ରଧାନ ଓ ଖୋର୍ଦ୍ଧା ଜିଲ୍ଲାର ସହ ସଂଯଯୋଗ ଶ୍ରୀକୁମାର ଖୁଣ୍ଟିଆ ଖୋର୍ଦ୍ଧା ପୌରପରିଷଦ ର ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତି, ବିଜୁ ଜନତା ଦଳ ମହିଳା ଶାଖା ରାଜ୍ୟ ଉପ-ସଭାନେତ୍ରୀ ବାସନ୍ତୀ ମହାପାତ୍ର, ବିଜୁ ଜନତା ଦଳ ମହିଳା ଶାଖା ଖୋର୍ଦ୍ଧା ଜ଼ିଲ୍ଲା ସଭାନେତ୍ରୀ ଗୀତାଞ୍ଜଳି ପାଟଶାଣୀ, ବିଜୁ ଜନତା ଦଳର ଖୋର୍ଦ୍ଧା ନଗର ସଭାପତି ମହମ୍ମଦ ଆରିଫ ଏବଂଭୁବନେଶ୍ୱର ମହାନଗର ନିଗମ ର ୪୫ନମ୍ବର ର କର୍ପରେଟର ଅମରେଶ ଜେନା ଯୋଗ ଦେଇଥିବା ବେଳେ ଖୋର୍ଦ୍ଧା ପୌରପରିଷଦ ର ସମସ୍ତ କାଉନସିଲର ଉପସ୍ଥିତ ଥିଲେ l ଅତିଥି ମାନେ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ବହୁ ସଂଖ୍ୟା ରେ ଯୁବକ, ଯୁବତୀ,ତଥା ସ୍ଥାନୀୟ ଜନସାଧାରଣ ସ୍ୱଇଚ୍ଛା ରେ ଏହି ରକ୍ତ ଦାନ ଶିବିର କୁ ଆସି ରକ୍ତ ଦାନ କରୁଥିବାର ଦେଖିବାକୁ ମିଳିଥିଲା l ଏହି ରକ୍ତଦାନ ଶିବିର ରେ 82 ୟୁନିଟ ରୁ ଉର୍ଦ୍ଧ ରକ୍ତ ସଂଗୃହିତ ହୋଇଥିଲା l

Leave A Reply

Your email address will not be published.